ବିସିସିଆଇ ବନାମ ଲୋଧା କମିଟି: ସୁପ୍ରିମକୋର୍ଟରେ ଶୁଣାଣି ୧୪କୁ ଘୁଞ୍ଚିଲା

justice lodha

ନୂଆଦିଲ୍ଲୀ: ଜଷ୍ଟିସ୍ (ଅବସରପ୍ରାପ୍ତ) ଆର.ଏମ୍ ଲୋଧାଙ୍କ ନେତୃତ୍ୱାଧୀନ କମିଟି କରିଥିବା ସମସ୍ତ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ବିସିସିଆଇ ଅମଙ୍ଗ ହେଉଥିବା ବେଳେ ଏସଂପର୍କିତ ଶୁଣାଣକୁ ସୁପ୍ରିମକୋର୍ଟ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ଗତ ସପ୍ତାହରେ ବିସିସିଆଇ ଏକ ସ୍ୱତନ୍ତ୍ର ସାଧାରଣ ବୈଠକ କରିଥିଲା। କ୍ରିକେଟ୍‌ ପ୍ରଶାସନରେ ସଂସ୍କାର ଆଣିବା ପାଇଁ ଲୋଧା କମିଟି କରିଥିବା ସୁପାରିଶଗୁଡ଼ିକ ଉପରେ କିଭଳି ପ୍ରତିକ୍ରିୟା ରଖାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ଲୋଧା କମିଟିର ସୁପାରିଶଗୁଡ଼ିକୁ ବିସିସିଆଇର ବିରୋଧ ଜାରି ରହିଛି।

Previous ArticleNext Article

Send this to a friend