ଭୁବନେଶ୍ୱର: ଆରମ୍ଭ ହେଲା ୨ଦିନିଆ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ଯୋଦ୍ଧା ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ସର୍ବଭାରତୀୟ ସ୍ତରରୁ ମାର୍ଶଲ ଆର୍ଟ ଜାଣିଥିବା ପ୍ରାୟ ୭୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥିରେ ଓଡ଼ିଶାରୁ ୫ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଏଭଳି ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମ କରି ଲାଗି ଆୟୋଜିତ ହେଉଛି। କମ୍ୱାଟ ସ୍ପୋର୍ଟସ ଅଫ୍ ଇଣ୍ଡିଆ ଏବଂ ଉତ୍କଳ […]

marsalact

marsalact

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 05:25 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ଯୋଦ୍ଧା ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ସର୍ବଭାରତୀୟ ସ୍ତରରୁ ମାର୍ଶଲ ଆର୍ଟ ଜାଣିଥିବା ପ୍ରାୟ ୭୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥିରେ ଓଡ଼ିଶାରୁ ୫ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଏଭଳି ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମ କରି ଲାଗି ଆୟୋଜିତ ହେଉଛି। କମ୍ୱାଟ ସ୍ପୋର୍ଟସ ଅଫ୍ ଇଣ୍ଡିଆ ଏବଂ ଉତ୍କଳ କରାଟେ ଆସୋସିଏଶନ ପକ୍ଷରୁ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଠାରେ ଭଲ ପ୍ରଦର୍ଶନ କରିଥିବା ୮ଜଣ ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos