ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବି ଥିଲେ ବାବା ରାମରହିମଙ୍କ ଶିଷ୍ୟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବଂ ଆସନ୍ତା ୨୮ ତାରିଖରେ ଏହାର ଦଣ୍ଡ ଘୋଷଣା କରାଯିବ। ଏହି ଖବର ଜଣାପଡିବା ପରେ ବାବାଙ୍କ ସମର୍ଥକମାନେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇବା ସହ ହିଂସାକାଣ୍ଡ ଘଟାଇଛନ୍ତି। ଲକ୍ଷ ଲକ୍ଷ ସମର୍ଥକ ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ବାବା ରାମରହିମଙ୍କର ସାରା ଦେଶରେ […]

Virat-Kohli

Virat-Kohli

Rakesh Mallick
  • Published: Friday, 25 August 2017
  • Updated: 25 August 2017, 07:34 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବଂ ଆସନ୍ତା ୨୮ ତାରିଖରେ ଏହାର ଦଣ୍ଡ ଘୋଷଣା କରାଯିବ। ଏହି ଖବର ଜଣାପଡିବା ପରେ ବାବାଙ୍କ ସମର୍ଥକମାନେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇବା ସହ ହିଂସାକାଣ୍ଡ ଘଟାଇଛନ୍ତି। ଲକ୍ଷ ଲକ୍ଷ ସମର୍ଥକ ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି।
ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ବାବା ରାମରହିମଙ୍କର ସାରା ଦେଶରେ ଅନେକ ସମର୍ଥକ ଅଛନ୍ତି। ଏବଂ ଦିନକୁ ଦିନ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା। ନିକଟରେ ବାବା ରାମରହିମ କହିଥିଲେ ଯେ ଟିମ୍‌ ଇଣ୍ଡିଆରେ ଅନେକ ଖେଳାଳି ତାଙ୍କର ଶିଷ୍ୟ ଅଛନ୍ତି। ଯେଉଁଥିରେ ଅଧିନାୟକ ବିରାଟ କୋହଲି, ନେହେରା, ଜାହିର ଖାନ, ୟୁସୁଫ ପଠାଣ ଓ ପ୍ରବଣୀ କୁମାରଙ୍କ ଭଳି ଷ୍ଟାର କ୍ରିକେଟର୍ ସାମିଲ। ଏହି କ୍ରିକେଟର୍‌ଙ୍କୁ ବାବା ରାମରହିମ କୋଚିଂ ଦେଇଥିବା ଦାବି କରିଥିଲେ। ଏହାସହ ବକ୍ସର ବିଜେନ୍ଦର ସିଂହ ମଧ୍ୟ ତାଙ୍କ ଶିଷ୍ୟ ବୋଲି ସେ ଦାବି କରିଥିଲେ। କେବଳ ଖେଳାଳି ନୁହଁନ୍ତି ବଲିଉଡରେ ମଧ୍ୟ ଅନେକ କଳାକାର ତାଙ୍କର ଶିଷ୍ୟ ରହିଥିବା ସେ ଦାବି କରିଥିଲେ। ଯେଉଁଥିରେ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos