ଓଡିଆ ଖେଳାଳି ସୌନ୍ଦର୍ଯ୍ୟଙ୍କୁ ଦୃଷ୍ଟିହୀନ ବିଶ୍ୱ ଚେସ୍‌ ଅଲମ୍ପିଆଡ୍‌ ଯୋଗ୍ୟତା

SOUNDAYRA-CHESS

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ-ଏ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଆ ଖେଳାଳି ସୌନ୍ଦର୍ଯ୍ୟ କୁମାର ପ୍ରଧାନ ୫ମ ସ୍ଥାନ ଅଧିକାର କରି ଚେସ୍‌ ଅଲମ୍ପିଆଡ୍‌ ଯୋଗ୍ୟତା କରିଛନ୍ତି । ଆସନ୍ତା ଜୁନରେ ମାସେଡୋନିଆରେ ଏହି ପ୍ରତିଯୋଗିତାରେ ଅନୁଷ୍ଠିତ ହେବ । ସୌନ୍ଦର୍ଯ୍ୟ ତାଙ୍କ ଶେଷ ରାଉଣ୍ଡ ମ୍ୟାଚରେ ବିଜୟୀ ହୋଇଥିବା ସହ ପ୍ରତିଯୋଗିତାରେ ମୋଟ୍‌ ୧୦.୫ ପୟଣ୍ଟ ପାଇ ସେ ଅଭିଜାନ ଶେଷ କରିଥିଲେ । ଶେଷ ରାଉଣ୍ଡରେ ସୌନ୍ଦର୍ଯ୍ୟ ,ମହାରାଷ୍ଟ୍ରର ସ୍ୱପ୍ନୀଲ ସାହାଙ୍କୁ ପରାସ୍ତ କରିଥି ଶ୍ରେଷ୍ଠ ୫ଜଣଙ୍କ ଭିତରେ ରହିଥିଲେ । ଏହି ପ୍ରତିଯୋଗିତାରେ ଅନ୍ୟଜଣେ ଓଡିଆ ପ୍ରତିଯୋଗୀ ଶୁଭେନ୍ଦୁ କୁମାର ପାତ୍ର ଉନ୍ନତ ମାନର ପ୍ରଦର୍ଶନ କରି ୭.୫ ପୟଣ୍ଟ ସହ ଅଭିଜାନ ଶେଷ କରିଥିଲେ ।

Previous ArticleNext Article

Leave a Reply

Your email address will not be published. Required fields are marked *