ଗଂଜାମ ଜିଲ୍ଲା ଆସିକାରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

State-level-sports-competition-poster

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ଆସିକା ପ୍ରଗତି ବିଦ୍ୟାପୀଠରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସାଂସଦ ଲଡୁ କିଶୋର ସ୍ୱାଇଁ, ଆସିକା ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳରେ ପ୍ରତିଭା ଅନ୍ୱେଷଣ ଓ ଯୁବ କ୍ରୀଡ଼ାବିତଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ଆସିକା ଶିକ୍ଷା ବ୍ଳକ ଅଧିନରେ ଥିବା ୧୩ଟି କ୍ଲଷ୍ଟରର ସମସ୍ତ ସ୍କୁଲର ୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

Previous ArticleNext Article

Send this to a friend