ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ୍‌ ବ୍ରଜଭୂଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧନା

President-Kovind-presenting-Dronacharya-Award

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ବ୍ରହ୍ମପୁରର ବକ୍ସିଂ ଖେଳାଳି ତଥା ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶାର ପ୍ରଥମ ପ୍ରଶିକ୍ଷକ ଭାବେ ସେ ଏହି ପୁରସ୍କାର ପାଇଛନ୍ତି। ବକ୍ସିଂ ପ୍ରଶିକ୍ଷକ ଭାବେ ସେ ଅନେକ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଆସିଛନ୍ତି। ଏହାସହ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କ୍ରୀଡା ଦିବସରେ ରାଷ୍ଟ୍ରପତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କୁ ବ୍ରହ୍ମପୁରର ବିଭିନ୍ନ ସଂଗଠନ ପକ୍ଷରୁ ବିରାଟ ପଟୁଆରରେ ସହର ପରିକ୍ରମା କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ବକ୍ସିଂ ଓଡ଼ିଶା ସଂଗଠନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend