ଫିଫା ୨୦୧୮: ସର୍ଭେ କହୁଛି, ଏହି ଟିମ୍‌ ହୋଇପାରେ ବିଶ୍ୱକପ ଚାମ୍ପିୟନ

ଦିନ କେଇଟା ପରେ ଫିଫା ବିଶ୍ୱକପ। ବିଶ୍ୱର ଏହି ମହଙ୍ଗା ପ୍ରତିଯୋଗିତା ଜୁନ ୧୪ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଋଷ ଠାରେ ଖେଳାଯିବ। ଏଥିପାଇଁ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି। ୨୦୧୮ ବିଶ୍ୱକପରେ କିଏ ବାଜି ମାରିବ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏନେଇ ଭିନ୍ନ ସଂସ୍ଥା ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ବ୍ରାଜିଲ ଓ ଜର୍ମନୀର ନାଁ, ରେସ୍‌ରେ ଆଗରେ ଦେଖିବାକୁ ମିଳିଛି। ମେ ମାସ ୧୬ରୁ ୩୧ ପର୍ଯ୍ୟନ୍ତ ହୋଇଥିବା ରିୟୁଟର୍ସ […]

1jJFCyXskQc9x5CUqnfunkA

1jJFCyXskQc9x5CUqnfunkA

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 06:45 PM IST

Sports

Latest News

ଦିନ କେଇଟା ପରେ ଫିଫା ବିଶ୍ୱକପ। ବିଶ୍ୱର ଏହି ମହଙ୍ଗା ପ୍ରତିଯୋଗିତା ଜୁନ ୧୪ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଋଷ ଠାରେ ଖେଳାଯିବ। ଏଥିପାଇଁ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି। ୨୦୧୮ ବିଶ୍ୱକପରେ କିଏ ବାଜି ମାରିବ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏନେଇ ଭିନ୍ନ ସଂସ୍ଥା ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସର୍ଭେ ରିପୋର୍ଟ ଅନୁସାରେ ବ୍ରାଜିଲ ଓ ଜର୍ମନୀର ନାଁ, ରେସ୍‌ରେ ଆଗରେ ଦେଖିବାକୁ ମିଳିଛି। ମେ ମାସ ୧୬ରୁ ୩୧ ପର୍ଯ୍ୟନ୍ତ ହୋଇଥିବା ରିୟୁଟର୍ସ ସର୍ଭେ  ଅନୁସାରେ, ଜର୍ମାନୀ ସପକ୍ଷରେ ସବୁଠୁ ଅଧିକ ଲୋକ ମତ ପ୍ରକାଶ କରିଛନ୍ତି। ଯେଉଁଥିରେ ଦ୍ୱିତୀୟ ସ୍ଥାନ ପାଇଁ ସର୍ବାଧିକ ଭୋଟ୍ ବ୍ରାଜିଲକୁ ମିଲିଛି।

ଅନ୍ୟପଟେ ଆଉ ଏକ ସର୍ଭେକ୍ଷଣ ସଂସ୍ଥା "ଗ୍ରେଚନୋଟ୍‌" ଦ୍ୱାରା କରାଯାଇଥିବା ସର୍ଭେରେ ବ୍ରାଜିଲକୁ ଚାମ୍ପିୟନ ରେସ୍‌ରେ ଆଗରେ ରଖାଯାଇଛି। ନେମାରଙ୍କ ନେତୃତ୍ୱରେ ବ୍ରାଜିଲ ୨୦୧୮ ବିଶ୍ୱକପକୁ କବ୍‌ଜା କରିବ ବୋଲି ସର୍ଭେରେ କୁହାଯାଇଛି। ଏଥର ବିଶ୍ୱକପ ଜିତିବାର ସର୍ବାଧିକି ୨୧ ପ୍ରତିଶତ ସମ୍ଭାବନା ବ୍ରାଜିଲ ସପକ୍ଷରେ ରହିଛି। ଦ୍ୱିତୀୟ ସର୍ବାଧିକ ୧୦ ପ୍ରତିଶତ ଭୋଟ୍‌ ପାଇଥିବା ଟିମ୍‌ ହେଉଛି ଶକ୍ତିଶାଳୀ ସ୍ପେନ୍‌। ସେହିପରି ସର୍ଭେରେ ଜମାର୍ନୀ ଓ ଆର୍ଜେଣ୍ଟିନ ସମାନ ୮ ପ୍ରତିଶତ ଭୋଟ ପାଇ ତାଲିକାରେ ତୃତୀୟ ସ୍ଥାନରେ ମିଳିତ ଭାବେ ରହିଛନ୍ତି। ୪ର୍ଥ ସ୍ଥାନରେ ୬ ପ୍ରତିଶତ ଭୋଟ୍‌ ପାଇ ଫ୍ରାନ୍ସ ରହିଛି। ୫ମ ସ୍ଥାନରେ ୫ ପ୍ରତିଶତ ଭୋଟ ସହ କଲମ୍ବିଆ ଓ ୪ ପ୍ରତିଶତ ଭୋଟ ପାଇ ବେଲଜିୟମ ଓ ପର୍ତ୍ତୁଗାଲ ଷଷ୍ଠ ସ୍ଥାନରେ ରହିଛନ୍ତି।  

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos