କ୍ୟାସ୍‌ଲେସ୍‌ ହେବ ବାରବାଟିରେ ଭାରତ-ଇଂଲଣ୍ଡ ଦିନିକିଆ

କଟକ: ଆସନ୍ତା ଜାନୁଆରୀ ୧୯ରେ କଟକର ବାରବାଟିରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍‌ କ୍ୟାସ୍‌ଲେସ୍‌ ହେବ। ଏ ନେଇ ଆଜି ବସିଥିବା ଓସିଏର ଗୁରୁତ୍ୱପୁର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨ ତାରିଖରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ୧୪ ଓ ୧୫ ତାରିଖରେ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଏବଂ ୧୬ ଓ ୧୭ ତାରିଖରେ କାଉଣ୍ଟରେ ଟିକେଟ୍‌ ଉବଲବ୍ଧ ହେବ। ବୈଠକ ପରେ ଓସିଏ ସମ୍ପଦକ ଆଶୀର୍ବାଦ ବେହେରା କହିଛନ୍ତି,“ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ […]

oca

oca

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 04:59 PM IST

କଟକ: ଆସନ୍ତା ଜାନୁଆରୀ ୧୯ରେ କଟକର ବାରବାଟିରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍‌ କ୍ୟାସ୍‌ଲେସ୍‌ ହେବ। ଏ ନେଇ ଆଜି ବସିଥିବା ଓସିଏର ଗୁରୁତ୍ୱପୁର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨ ତାରିଖରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ୧୪ ଓ ୧୫ ତାରିଖରେ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଏବଂ ୧୬ ଓ ୧୭ ତାରିଖରେ କାଉଣ୍ଟରେ ଟିକେଟ୍‌ ଉବଲବ୍ଧ ହେବ।

ବୈଠକ ପରେ ଓସିଏ ସମ୍ପଦକ ଆଶୀର୍ବାଦ ବେହେରା କହିଛନ୍ତି,“ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଟିକେଟ୍‌ ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ। ଅନୁବନ୍ଧିତ ସଂସ୍ଥାମାନେ ଡ୍ରାଫଟ ଓ ଚେକ୍‌ ଦେଇ ଟିକେଟ୍‌ ନେବେ। ସାଧାରଣ ଲୋକଙ୍କ ପାଇଁ ଟିକେଟ୍‌ ବ୍ୟବସ୍ଥାରେ କୋହଳ କରାଯାଇଛି। ୨୦୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ କ୍ୟାସ୍‌ ଦେଇ ସାଧାରଣ ଲୋକେ ନେବେ। ୨୦୦୦ରୁ ଅଧିକ ଟଙ୍କାର ଟିକେଟ୍‌ ପାଇଁ ଡ୍ରାଫଟ୍‌ ଓ ଚେକ୍‌ ଦେବାକୁ ପଡିବ।”

ସେ କହିଛନ୍ତି,“ଟିକେଟ୍‌ କାଉଣ୍ଟରରେ ସ୍ୱାଇପ୍‌ ମେସିନ ରହିବ। ଦର୍ଶକ ଚାହିଁଲେ କାର୍ଡ ସ୍ୱାଇପ୍‌ କରି ଟିକେଟ୍‌ ନେଇପାରିବେ।”

ବୈଠକରେ ଓସିଏ ଦେୟ ପ୍ରଦାନ କ୍ୟାସ୍‌ଲେସ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୫୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କ୍ୟାସ୍‌ ଜରିଆରେ କରାଯିବ। ଏହାଠାରୁ ଅଧିକ ଟଙ୍କାର ଖର୍ଚ୍ଚ ଡ୍ରାଫଟ୍‌ ଓ ଚେକ୍‌ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos