ଫିଫା ବିଶ୍ୱକପ ୨୦୧୮: ସତ ହେଲା ବିଲେଇର ଭବିଷ୍ୟବାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ପୂର୍ବ ବିଶ୍ୱକପ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଆସିଛି। ୨୦୧୦ ବିଶ୍ୱକପରେ ମ୍ୟାଚ୍‌ର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିଲା ପଲ୍ ଅକ୍ଟୋପସ। ଏଥର କିନ୍ତୁ ଚଳିତ ବିଶ୍ୱକପରେ କିଏ ଜିତିବ ମ୍ୟାଚ୍ ଓ କିଏ ହେବ ଚାମ୍ପିୟନ ସେନେଇ ଧଳା ରଙ୍ଗର ଏକ ବିଲେଇ ଭବିଷ୍ୟବାଣୀ କରୁଛି।

ଋଷିଆ ଠାରେ ଖେଳାଯାଉଥିବା ଚଳିତ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ ଗତ କାଲି ଖେଳାଯାଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଋଷିଆ ଓ ସାଉଦି ଆରବ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଋଷିଆ ୫-୦ ଗୋଲରେ ସାଉଦି ଆରବକୁ ହରାଇଥିଲା। ମ୍ୟାଚ୍‌ ପୂର୍ବରୁ “ଏଚିଲେସ” ନାମକ ଏକ ଧଳା ବିଲେଇ ଋଷିଆ ସପକ୍ଷରେ ବିଜୟ ସଂକେତ ଦେଇଥିଲା।୨୦୧୦ ବିଶ୍ୱକପ୍‌ ସମୟରେ ପଲ୍‌ ଅକ୍ଟୋପସକୁ କିଏ ଭୁଲିପାରିବ। ପଲ୍‌ ଅକ୍ଟୋପସ ଭବିଷ୍ୟବାଣୀ କରି ସ୍ପେନ୍‌ ଚାମ୍ପିଅନ୍‌ ହେବ ବୋଲି କହିଥିଲା। ତାହା ସତ୍ୟ ହୋଇଥିଲା। ସ୍ପେନ୍‌ ଚାମ୍ପିଅନ୍‌ ହୋଇଥିଲା। ୨୦୧୮ ଫିଫା ବିଶ୍ୱକପ୍‌ରେ କିଏ ଚାମ୍ପିଅନ୍‌ ହେବ, ସେନେଇ ଭବିଷ୍ୟବାଣୀ କରିବ “ଏଚିଲେସ” ନାମକ ଏହି ବିଲେଇ। ଧଳା ରଙ୍ଗର ଏହି ବିଲେଇ ସେଣ୍ଟ ପିଟର୍ସବର୍ଗର ହର୍ମିଟେଜ୍‌ ମ୍ୟୁଜିୟମରେ ରହୁଛି। ଏବେ ସ୍ୱତନ୍ତ୍ର ଭାବେ ତାଲିମ ନେଉଛି। ଫିଫା ବିଶ୍ୱକପ୍‌ ଆରମ୍ଭ ହେବା ପରେ ସେ ଭବିଷ୍ୟବାଣୀ କରିଛି।

୨୦୧୪ ବିଶ୍ୱକପରେ କିନ୍ତୁ ସୁଇଜରଲ୍ୟାଣ୍ଡର ଏକ ଘୁଷୁରି ଓ ପିରାନା ମଛର ଭବିଷ୍ୟବାଣୀ ସତ ହୋଇନଥିଲା। ତଥାପି ଏଥର ଫଳାଫଳକୁ ନେଇ ମ୍ୟାଚ୍‌ ପୂର୍ବରୁ ଏହି  “ଏଚିଲେସ” ନାମକ ବିଲେଇ ଉପରେ ସମସ୍ତଙ୍କ ନଜର ରହିବ। ଆଗାମୀ ଦିନରେ ଜଣା ପଡ଼ିବ “ଏଚିଲେସ”ର ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହେଉଛି।

Previous ArticleNext Article

Send this to a friend