ବଦଳିଲା ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ତାରିଖ: ୫୦ ନୁହେଁ ୩୦ କୋଟି ଖର୍ଚ୍ଚ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସିଜିନ ଆଉ ଦିନ କେଇଟା ପରେ ଆରମ୍ବ ହେବାରୁ ଯାଉଛି। ଏଥିପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍‌ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଆୟୋଜନ କରାଯିବ। କିନ୍ତୁ ପରେ ବି‌ଭିନ୍ନ ସମସ୍ୟା […]

ipl-2018_650x400_51518671589

ipl-2018_650x400_51518671589

Ordigital Desk
  • Published: Friday, 23 March 2018
  • Updated: 23 March 2018, 10:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସିଜିନ ଆଉ ଦିନ କେଇଟା ପରେ ଆରମ୍ବ ହେବାରୁ ଯାଉଛି। ଏଥିପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍‌ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଆୟୋଜନ କରାଯିବ। କିନ୍ତୁ ପରେ ବି‌ଭିନ୍ନ ସମସ୍ୟା କାରଣରୁ ଏହା ଏପ୍ରିଲ ୬ ପରିବର୍ତ୍ତେ ଏପ୍ରିଲ ୭ ତାରିଖରେ ଆୟୋଜିତ ହେବ। ଯାହା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। କେବଳ ଏତିକି ନୁହେଁ ଉଦ୍‌ଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବା ପୂର୍ବରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବାପାଇଁ ବଜେଟ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏବେ କିନ୍ତୁ ଏଥିରୁ ପାଖା ପାଖା ୨୦ କୋଟି କମ୍‌ ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଆଇପିଏଲ୍‌-୧୧ ନିଶ୍ଚିତ ଭାବେ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର ହେବାକୁ ଯାଉଛି। ଆଇପିଏଲ୍‌ର ଗଭର୍ନିଂ କାଉଁସିଲ ଏହି ଉଦ୍‌ଘାଟନୀ ଉତ୍ସବକୁ ସ୍ମରଣୀୟ କରିବାକୁ ଜୋରଦାର ପ୍ରସ୍ତୁତି ଚଲାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos