୬୪ ରନ୍ରେ ରାଜସ୍ଥାନକୁ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ପୁଣେ ଠାରେ ଖେଳାଯାଇଥିବା ଚଳିତ ଆଇପିଏଲ ୧୭ତମ ମ୍ୟାଚ୍ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ମାତ୍ର ୧୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ୨୦୫ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ରାଜସ୍ଥାନ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ ଚେଷ୍ଟା କରି ୱିକେଟ୍ ହରାଇଥିଲା। ଆଜିର ମ୍ୟାଚ୍ରେ ହିରୋ ସାଜିଥିବା ୱାଟସନ୍। ସେ ମାତ୍ର ୫୭ ବଲ୍ରେ ୧୦୬ ରନ୍ର ଶତକୀୟ ଇଂନିସ ଖେଳି ଚେନ୍ନାଇ ସ୍କୋରକୁ ୨୦୪ ରନ୍ ପାର କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।