ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ: ହାଇଦ୍ରାବାଦ ପାଇଁ ଅଛି ଆଉ ଏକ ସୁଯୋଗ

ମୁମ୍ୱାଇ: ହାଇଦ୍ରାବାଦକୁ ୨ ୱିକେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ହାଇବ୍ରାବାଦକୁ ଏବେ କ୍ୱାଲିଫାୟାର-୨ରେ ଖେଳିବାକୁ ପଡ଼ିବ। ଏଥିରେ ଜିତିଲେ ଫାଇନାଲରେ ପ୍ରବେଶ କରିପାରିବ। ତେବେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ଓପ୍ନର ଫାଫ୍‌ ଡୁପ୍ଲେସି ପ୍ରମୁଖ ଭୂମିକା ନେଇଛନ୍ତି। ଟସ୍‌ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା ଚେନ୍ନାଇ। ପଡ଼ିଆକୁ ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଶିଖର ଧାୱନ ଓ ଶ୍ରୀବତ୍ସ ଗୋସ୍ୱାମୀ। ମାତ୍ର ଏମାନେ ଚେନ୍ନାଇ ସୁପର କିଙ୍ଗ୍ସ […]

ipl_89_1527009587_618x347

ipl_89_1527009587_618x347

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 11:55 PM IST

Sports

Latest News

ମୁମ୍ୱାଇ: ହାଇଦ୍ରାବାଦକୁ ୨ ୱିକେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ହାଇବ୍ରାବାଦକୁ ଏବେ କ୍ୱାଲିଫାୟାର-୨ରେ ଖେଳିବାକୁ ପଡ଼ିବ। ଏଥିରେ ଜିତିଲେ ଫାଇନାଲରେ ପ୍ରବେଶ କରିପାରିବ। ତେବେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରେ ଓପ୍ନର ଫାଫ୍‌ ଡୁପ୍ଲେସି ପ୍ରମୁଖ ଭୂମିକା ନେଇଛନ୍ତି।

ଟସ୍‌ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା ଚେନ୍ନାଇ। ପଡ଼ିଆକୁ ବ୍ୟାଟିଂ କରିବାକୁ ଆସିଥିଲେ ଓପ୍ନର ଶିଖର ଧାୱନ ଓ ଶ୍ରୀବତ୍ସ ଗୋସ୍ୱାମୀ। ମାତ୍ର ଏମାନେ ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ଶିଖର ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ। ପରେ ଶ୍ରୀବତ୍ସ ୧୨, ଅଧିନାକୟ କେନ୍‌ ଉଇଲିୟମ୍ ୨୪, ମନିଷ ପାଣ୍ଡେ ୮, ସକିବୁଲ୍‌ ହାସନ୍‌ ୧୨, ୟୁସଫ ପଠାନ୍‌ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। କାର୍ଲୋସ ୪୯  ଓ ଭୁବନେଶ୍ୱର କୁମାର ୭ ରନ୍‌ କରି ନଟ୍‌ଆଉଟ୍‌ ରହିଛନ୍ତି। ଯାହାଫଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୧୩୯ ରନ୍‌ କରିପାରିଥିଲା।

୧୪୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇର ସପ୍ନର ବେଶୀ ସମୟ ତିଷ୍ଠି ପାରିନଥିଲେ। ଜଣେ ପରେ ଜଣେ ଆଉଟ୍‌ ହୋଇଥିଲେ। ୱାଟ୍‌ସନ୍‌ ଖାତା ଖୋଲି ପାରିନଥିଲେ। ସେହିପରି ସୁରେଶ ରୈନା ୨୨, ଆମ୍ୱାତି ରାଇଡୁ ୦, ଅଧିନାୟକ ଏମ୍‌ଏସ୍‌ ଧୋନୀ ୯, ବ୍ରାଭୋ ୭, ରବିନ୍ଦ୍ର ଜାଡ଼େଜା ୩, ଦୀପକ ଚହଲ ୧୦ ଓ ହରଭଜନ ସିଂହ ୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ମାତ୍ର ପାଳି ଆରମ୍ଭ କରିବାକୁ ଆସିଥିବା ଫାଫ୍‌ ଡପ୍ଲେସି ଧର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ। ଶେଷ ଓଭରରେ ମ୍ୟାଚକୁ ଜିତି ନେଇ ଚେନ୍ନାଇ ସୁପର କିଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos