୬୨ ବଲ୍‌ରେ ୧୦୦ ମାରିଲେ ରାୟୁଡୁ; ଚେନ୍ନାଇ ଜିତିଲା

rayudu

ପୁନେ: ରବିବାର ପୁନେରେ ଖେଳା ଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଚେନ୍ନାଇ ସୁପର କିଙ୍ଗସ ପରାସ୍ତ କରିଛି। ଅମ୍ବାତୀ ରାୟୁଡୁଙ୍କ ଶତକ ଓ ସେନ୍ ୱାଟସନ୍‌ଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୮ ୱିକେଟ୍‌ରେ ହାଇଦ୍ରାବାଦକୁ ହରାଇଛି।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ୧୯ ଓଭରରେ ଦୁଇ ୱିକେଟ୍ ହରାଇ ୧୮୦ ରନ୍ କରି ବିଜୟ ହାସଲ କରିଥିଲା। ଏହି ବିଜୟ ସହିତ ଚେନ୍ନାଇ ୧୬ ପଏଣ୍ଟ ହାସଲ କରିଛି।

ହାଇଦ୍ରାବାଦ ପକ୍ଷରୁ ଶିଖର ଧାୱନ ୪୯ ବଲ୍‌ରେ ୭୯ ରନ୍ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ୍ ୫୧ ରନ୍ କରିଥିଲେ। ଦୀପକ ହୁଡା ୨୧ ରନ୍ କରତ ନଟ୍‌ଆଉଟ୍ ରହିଥିଲେ। ଚେନ୍ନାଇ ପକ୍ଷରୁ ଶର୍ଦୁଲ ଠାକୁର ୨ଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଚେନ୍ନାଇର ପକ୍ଷରୁ ୱାଟସନ୍ ୫୭ ରନ୍ କରି ରନ୍ ଆଉଟ୍ ହୋଇଥିବା ବେଳେ ଅମ୍ବାତି ରାୟୁଡୁ ୬୨ ବଲ୍‌ରୁ ୧୦୦ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ସୁରେଶ ରୈନା ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୋନୀ ୨୦ ରନ୍ କରି ନଟ୍‌ଆଉଟ୍ ରହିଥିଲେ।

Previous ArticleNext Article

Send this to a friend