ଉଦ୍‌ଘାଟିତ ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା: ତ୍ରିରଙ୍ଗା ଉଡ଼ାଇଲେ ଅଲିମ୍ପିକ୍ ମେଡାଲିଷ୍ଟ ପି.ଭି. ସିନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଉଦ୍‌ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଜାତୀୟ ପତାକା ଧରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଭିବାଦନ ଗ୍ରହଣ କରିଥିଲେ। ସାରା ବିଶ୍ୱରୁ ଭାଗ ନେଇଛନ୍ତି ମୋଟ ୭୧ଟି ରାଷ୍ଟ୍ର। ୪ ହଜାର ୩ ଶହ ପ୍ରତିଯୋଗୀ, ୧୯ଟି ଇଭେଣ୍ଟର ୨୭୫ଟି ବିଭାଗରେ ନିଜ ନିଜ ପ୍ରତିଭା ଦେଖାଇବେ। ପ୍ରଥମ ଥର ପାଇଁ ସମସ୍ତ […]

cgames-2018-gold-coast-opening-delegation_beb53378-37ff-11e8-bfda-ec16c1256850

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଉଦ୍‌ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଜାତୀୟ ପତାକା ଧରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଭିବାଦନ ଗ୍ରହଣ କରିଥିଲେ। ସାରା ବିଶ୍ୱରୁ ଭାଗ ନେଇଛନ୍ତି ମୋଟ ୭୧ଟି ରାଷ୍ଟ୍ର। ୪ ହଜାର ୩ ଶହ ପ୍ରତିଯୋଗୀ, ୧୯ଟି ଇଭେଣ୍ଟର ୨୭୫ଟି ବିଭାଗରେ ନିଜ ନିଜ ପ୍ରତିଭା ଦେଖାଇବେ। ପ୍ରଥମ ଥର ପାଇଁ ସମସ୍ତ ଇଭେଣ୍ଟରେ ଉଭୟ ମହିଳା ଏବଂ ପୁରୁଷ ପ୍ରତିଯୋଗୀ ଭାଗ ନେଇଛନ୍ତି। ବିଶ୍ୱର ବଛା ବଛା ଖେଳାଳି ନିଜ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ବିଶେଷ କରି ସୁଟିଂ, ବ୍ୟାଣ୍ଡମିଣ୍ଟନ୍, ବକ୍ସିଂ, ରେସଲିଂ, ହକି ଏବଂ ଭାର ଉତ୍ତୋଳନ ଉପରେ ରହିବ ସମସ୍ତଙ୍କ ନଜର।

ଯଦି ପଦକ କଥା ଉଠିଲେ ସବୁଠୁ ଆଗରେ ରହିବ ସୁଟିଂ। ସୁଟିଂରେ ହିଁ ଭାରତକୁ ସବୁଠୁ ଅଧିକ ପଦକ ମିଳିଛି। ଶେଷ ୩ଟି ସଂସ୍କରଣରେ। ସୁଟରମାନେ ଏହା ପ୍ରମାଣ କରି ଦେଖାଇଛନ୍ତି। ୨୦୧୪ ଗ୍ଲାସଗୋରେ ଭାରତକୁ ସର୍ବାଧିକ ୧୭ଟି ପଦକ ସୁଟିଂରୁ ହିଁ ମିଳିଥିଲା। ଚଳିତ ଥର ହିନା ସିନ୍ଧୁଙ୍କଠାରୁ ପଦକ ଆଶା କରିବ ଦେଶ। ସେହିପରି ଜିତୁ ରାୟଙ୍କୁ ଅଣଦେଖା କରା ନ ଯାଇପାରେ।

ଆଥଲେଟିକ୍‌ ଇଭେଣ୍ଟରେ ମୁଖ୍ୟତଃ ନିରଜ ଚୋପ୍ରା, ସୀମା ପୁନିଆ ଏବଂ ତେଜସ୍ୱୀନି ଶଙ୍କରଙ୍କ ପ୍ରଦର୍ଶନକୁ ନେଇ ଦେଶ ଆଶାବାଦୀ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟଙ୍କୁ ଗର୍ବିତ କରିଥିବା ପିଭି ସିନ୍ଧୁ ଚଳିତ ଥର କେତେ ସଫଳ ହେଉଛନ୍ତି ତାକୁ ନେଇ ମଧ୍ୟ ନଜର ରହିବ। ଅଲିମ୍ପିକ୍ସରେ ରୌପ୍ୟ ବିଜେତା ଗୋଲକୋଷ୍ଟରେ ଭାରତ ପାଇଁ ଆଣିପାରନ୍ତି ପଦକ। ଏହାସହ ସାଇନା ନେହଓ୍ବାଲ୍ ଏବଂ କେ ଶ୍ରୀକାନ୍ତଙ୍କ ଉପରେ ନିର୍ଭର କରିବ ଭାରତୀୟ ପଦକ ତାଲିକା। ତେବେ ଆଣ୍ଠୁ ଅପରେସନ୍ ପରେ ସୁସ୍ଥ ହୋଇଥିବା ସାଇନାଙ୍କ ପାଇଁ ଚଳିତ ରାଜ୍ୟଗୋଷ୍ଟୀ କ୍ରୀଡ଼ା ଏସିଡ ଟେଷ୍ଟ ହୋଇପାରେ।

ଚଳିତ ଥର ବକ୍ସିଂରେ ମେରି କମ୍, ଅମିତ ପଙ୍ଗଲ ଏବଂ ବିକାଶ କ୍ରିଷ୍ଣା ପଦକ ଦୌଡ଼ରେ ଅଛନ୍ତି। ଚଳିତ ଥର ମାତ୍ର ୪ ଜଣ ପୁରୁଷ ବକ୍ସିଂ ବିଭାଗରେ ଭାଗ ନେଇଛନ୍ତି। ସେହିପରି କୁସ୍ତିରେ ସୁଶୀଲ କୁମାର, ସାକ୍ଷୀ ମଲ୍ଲିକ ଏବଂ ଭିନେଶ ଫୋଗାଟ ମେଡାଲ ଦୌଡ଼ରେ ଅଛନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଓଡ଼ିଶାରୁ ୮ ଜଣ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ ପ୍ରତିନିଧିତ୍ୱ କରୁଥିବା ବେଳେ ମହିଳା ହକିରେ ନିଳିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା ଭାଗ ନେଉଛନ୍ତି ସେହିପରି ଜିମ୍ନାଷ୍ଟିକରେ ରାକେଶ ପାତ୍ର ଏବଂ ଆଥଲେଟିକ୍ସରେ ସରସ୍ୱତୀ ରାଉତ  ଓ ପୁର୍ଣ୍ଣିମା ହେମ୍ବ୍ରମ୍ ଭାଗ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story