ଆଜିଠାରୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠାରୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା।  ଆଜି ଅନୁଷ୍ଠିତ ହେବ ଏହାର ଉଦଘାଟନୀ ସମାରୋହ।  ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି. ଭି. ସିନ୍ଧୁ।  ଏଥର ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି।  ଓଡ଼ିଶାରୁ ପୁରୁଷ ହକିରେ ଅମିତ୍  ରୋହିଦାସ […]

Commonwealth_Games

Commonwealth_Games

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 01:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠାରୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା।  ଆଜି ଅନୁଷ୍ଠିତ ହେବ ଏହାର ଉଦଘାଟନୀ ସମାରୋହ।  ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି. ଭି. ସିନ୍ଧୁ।  ଏଥର ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି।  ଓଡ଼ିଶାରୁ ପୁରୁଷ ହକିରେ ଅମିତ୍  ରୋହିଦାସ ପ୍ରତିନିଧିତ୍ୱ କରୁଥିବା ବେଳେ ମହିଳା ହକିରେ ନିଳିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା ଭାଗ ନେଉଛନ୍ତି। ସେହିପରି ଜିମ୍ନାଷ୍ଟିକ୍‌ରେ ରାକେଶ ପାତ୍ର ଏବଂ ଆଥ୍ଲେଟିକ୍ସରେ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଭାଗ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos