ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରୋତ୍ତୋଳନରେ ଆଉ ଏକ ପଦକ ପାଇଲା ଭାରତ

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଚତୁର୍ଥ ପଦକ ମିଳିଛି। ପୁରୁଷ  ୬୯ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ୧୭ ବର୍ଷୀୟ ଦୀପକ ଲାଥେର। ୨୯୫ କିଲୋଗ୍ରାମ ଓଜନ ଉଠାଇ ସେ ଏହି ପଦକ ହାସଲ କରିଛନ୍ତି। ସେହିପରି ଭାରତକୁ ଆଜି ଆଉ ଏକ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଖୁମୁକଚମ୍ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରୋତ୍ତୋଳିକା […]

deepak-lather

deepak-lather

Rakesh Mallick
  • Published: Friday, 06 April 2018
  • Updated: 06 April 2018, 01:10 PM IST

Sports

Latest News

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଚତୁର୍ଥ ପଦକ ମିଳିଛି। ପୁରୁଷ  ୬୯ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ୧୭ ବର୍ଷୀୟ ଦୀପକ ଲାଥେର। ୨୯୫ କିଲୋଗ୍ରାମ ଓଜନ ଉଠାଇ ସେ ଏହି ପଦକ ହାସଲ କରିଛନ୍ତି।

ସେହିପରି ଭାରତକୁ ଆଜି ଆଉ ଏକ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଖୁମୁକଚମ୍ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରୋତ୍ତୋଳିକା ପପୁଆ ନିଉ ଗୁଏନାର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନ୍ୟତମ ପଦକ ଆଶାୟୀ ଓଡ଼ିଆ ୱେଟ୍ ଲିଫ୍‌ଟର ସରସ୍ୱତୀ ରାଉତଙ୍କ ପ୍ରଦର୍ଶନ ଉପରେ ଆଜି ସମସ୍ତଙ୍କ ନଜର ରହିଛି। ୫୮ କେଜି ବର୍ଗରେ ସେ ଆଜି ଷ୍ଟେଜକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos