ଟି-୨୦ ରାଙ୍କିଙ୍ଗରେ ବିରାଟଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ

ଦୁବାଇ: ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ତାଙ୍କ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ନିଜ କ୍ଲାସ ଦେଖାଇ ବିଶ୍ୱର ସବୁ କ୍ରିକେଟ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି। କିଛି କ୍ରିକେଟ ପଣ୍ଡିତ ବାବରଙ୍କୁ ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରର ଆଖ୍ୟା ଦେଇଥିବା ବେଳେ ଆଉ କିଛି ତାଙ୍କୁ ବିରାଟ କୋହଲି, କେନ ୱିଲିୟମସନ, ଷ୍ଟିଭ ସ୍ମିଥ ଓ ଜୋ ରୁଟଙ୍କ […]

Babar

Babar

Hemant Lenka
  • Published: Wednesday, 29 June 2022
  • Updated: 29 June 2022, 05:04 PM IST

Sports

Latest News

ଦୁବାଇ: ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ତାଙ୍କ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ନିଜ କ୍ଲାସ ଦେଖାଇ ବିଶ୍ୱର ସବୁ କ୍ରିକେଟ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି। କିଛି କ୍ରିକେଟ ପଣ୍ଡିତ ବାବରଙ୍କୁ ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରର ଆଖ୍ୟା ଦେଇଥିବା ବେଳେ ଆଉ କିଛି ତାଙ୍କୁ ବିରାଟ କୋହଲି, କେନ ୱିଲିୟମସନ, ଷ୍ଟିଭ ସ୍ମିଥ ଓ ଜୋ ରୁଟଙ୍କ କ୍ଲବରେ ସାମିଲ କରିଛନ୍ତି।

ବାବରଙ୍କୁ ନେଇ ଏପରି ଚର୍ଚ୍ଚା ଚାଲିଥିବା ବେଳେ ସେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗରେ ନିଜର ଦବଦବା ଜାରି ରଖିଛନ୍ତି। ଉଭୟ ଟି-୨୦ ଓ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି ବାବର। ଆଜି ଆଇସିସି ପକ୍ଷରୁ ଜାରି ସଦ୍ୟତମ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବାବର ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି। ସେ ଦୀର୍ଘ ଦିନ ଧରି ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବାରୁ ଏବେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ବିରାଟ କୋହଲି ନିଜର ଦମଦାର ବ୍ୟାଟିଂ ଯୋଗୁ ଏକଦା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। ସେ ୧୦୧୩ ଦିନ ଯାଏ ୧ନଂ ସ୍ଥାନରେ ରହି ରେକର୍ଡ କରିଥିଲେ। କିନ୍ତୁ ବାବର ଏବେ ବିରାଟଙ୍କ ୧୦୧୩ ଦିନର ରେକର୍ଡକୁ ଅତିକ୍ରମ କରି ଯାଇଥିବା ଆଇସିସି ସୂଚନା ଦେଇଛି।

ଆଇସିସି କହିଛି ଯେ ପାକିସ୍ତାନ ଅଧିନାୟକ ବାବର ଏବେ ଉଭୟ ଟି-୨୦ ଓ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ଏଥିସହ ସେ ଟେଷ୍ଟରେ ମଧ୍ୟ ଶୀର୍ଷ ସ୍ଥାନ ଦଖଲ କରିବା ମୁଡରେ ଅଛନ୍ତି।

ଅନ୍ୟପକ୍ଷରେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ଏକମାତ୍ର ଭାରତୀୟ ଭାବେ ଈଶନ କିଶନ ରହିଛନ୍ତି। ଗତ ବୁଧବାର ଜାରି ହୋଇଥିବା ବ୍ୟାଟିଂ ରାଙ୍କିଙ୍ଗରେ ଈଶନ କିଶନ ୬ଷ୍ଠ ସ୍ଥାନରେ ଥିଲେ। କିନ୍ତୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ସେ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନ ଥିବାରୁ ୭ମ ସ୍ଥାନକୁ ଖସିଛନ୍ତି। ୬ଷ୍ଠ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ରହିଛନ୍ତି। ସେହିପରି ଦ୍ୱିତୀୟରେ ମହମ୍ମଦ ରିଜୱାନ, ତୃତୀୟ ଆଡେନ ମାର୍କମ, ୪ର୍ଥରେ ଡାୱିଡ ମଲାନ, ୫ମରେ ଆରୋନ ଫିଞ୍ଚ, ୬ଷ୍ଠରେ ଡେଭୋନ କନୱେ, ୭ମରେ ଈଶନ କିଶନ, ୮ମରେ ପାଥୁମ ନିଶାଙ୍କା, ୯ମରେ ମାର୍ଟିନ ଗପ୍ଟିଲ ଓ ୧୦ମ ସ୍ଥାନରେ ରସି ଭାନ ଡେର ଡୁସେନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story