କୁନି ସମର୍ଥକଙ୍କ ଆଖିରେ ଲୁହ ଦେଖି ବସ୍‌ରୁ ଓହ୍ଲାଇ ପଡ଼ିଲେ ରୋନାଲ୍ଡୋ

cristiano-ronaldo

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଫୁଟବଲର ଫେବର। ଚାଲିଛି ଫୁଟବଲ୍‌ ବିଶ୍ୱକପ୍‌। ନିଜ ନିଜର ପ୍ରିୟ ଖେଳାଳିଙ୍କ ସମର୍ଥନରେ ସମସ୍ତେ ପାଗଳ। ଏଥିପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ପର୍ତ୍ତୃଗାଲର ଅଧିନାୟକ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ସମର୍ଥକ ସବୁଠୁ ଆଗରେ। ଏମିତି କିଛି ଘଟିଛି ରୋନାଲ୍ଡୋ ଓ ତାଙ୍କର ଏକ କୁନି ସମର୍ଥକଙ୍କ ମଧ୍ୟରେ। କାନ୍ଦୁଥିବା ନିଜ ସମର୍ଥକଙ୍କ ପାଖକୁ ଧାଇଁ ଆସି ରୋନାଲ୍ଡୋ ଏମିତି କିଛି କରିଥିଲେ, ଯାହା ତାଙ୍କ କୁନି ସମର୍ଥକଙ୍କ ମୁହଁରେ ହସ ଫୁଟାଇ ଦେଇଥିଲା।

cristiano-ronaldoଘଟଣାଟି ଥିଲା ଏମିତି

ରୋନାଲ୍ଡୋଙ୍କ ଏକ କୁନି ଦର୍ଶକ ତାଙ୍କୁ ଭେଟିବାକୁ ବହୁ ସମୟ ଧରି ଅପେକ୍ଷା କରିଥିଲେ। ରୋନାଲ୍ଡୋ ଆସିଲେ ଓ ଟିମ୍‌ ମେମ୍ବରଙ୍କ ସହ ଯାଇ ବସ୍‌ରେ ବସିଯାଇଥିଲେ। ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିବା ପିଲାଟି ଉପରେ ତାଙ୍କର ନଜର ପଡ଼ି ନଥିଲା। ତାଙ୍କୁ ଦେଖା କରି ନପାରିବାରୁ ପିଲାଟି ଆଖିରେ ଲୁହ ଆସି ଯାଇଥିଲା। ସେ ସେହିଠାରେ ଛିଡା ହୋଇ ଭୋ ଭୋ କରି କାନ୍ଦିବାକୁ ଲାଗିଥିଲେ। ଏହାପରେ ରୋନାଲ୍ଡୋଙ୍କ ନଜର ତା’ ଉପରେ ପଡ଼ିଥିଲା। ସଙ୍ଗେ ସଙ୍ଗେ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

cristiano-ronaldoକ’ଣ କଲେ ରୋନାଲ୍ଡୋ ?

ବସ୍‌ରୁ ଓହ୍ଲାଇ ରୋନାଲ୍ଡୋ ସିଧା ପିଲାଟି ପାଖକୁ ଯାଇଥିଲେ। ଏହା ଦେଖି ପିଲାଟି ନିଜକୁ ସମ୍ଭାଳି ପାରି ନଥିଲା ସ ଆହୁରି ଜୋରେ କାନ୍ଦିବାକୁ ଲାଗିଥିଲା। ସେ ରୋନାଲ୍ଡୋଙ୍କ ୭ ନମ୍ବର ଜର୍ସି ପିନ୍ଧିଥିଲା। ରୋନାଲ୍ଡୋ ତା’ ପାଖରେ ପହଞ୍ଚିବା ପରେ ପ୍ରଥମେ ହାଲୋ, ହାଏ କରିଥିଲେ। ଏହା ପରେ ସେ ତାକୁ କୁଣ୍ଢାଇ ପକାଇ ଆଲିଙ୍ଗନ କରିଥିଲେ। ଶେଷରେ ଅଟୋଗ୍ରାଫ ଦେଇଥିଲେ। ଉଭୟ କିଛି ଫଟୋ ମଧ୍ୟ ଉଠାଇ ଥିଲେ। ଏହା ପରେ ପିଲାଟି ଖୁସି ହୋଇଯିବା ସହ ହସିବାକୁ ଲାଗିଥିଲା।

cristiano-ronaldo

Previous ArticleNext Article

Send this to a friend