ଆଜିଠୁ ଫୁଟବଲ୍‌ ମହାକୁମ୍ଭ: ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ରୁଷିଆକୁ ଭେଟିବ ସାଉଦି ଆରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ଫୁଟବଲ ବିଶ୍ୱକପ୍। ଆୟୋଜକ ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିଅମରେ ଖେଳାଯିବ ୬୩ଟି ମ୍ୟାଚ। ବିଶ୍ୱର ଶ୍ରେଷ୍ଠ ୩୨ଟି ଟିମ୍ ମଧ୍ୟରେ ହେବ କଡ଼ା ମୁକାବିଲା। ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ସହିତ ସାଉଦି ଆରବର ମୁକାବିଲା ହେବ।

ମସ୍କୋରେ ଉଦ୍‌ଘାଟନୀ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ଉଦଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟେଜରେ ଦେଖିବାକୁ ମିଳିବ ରୁଷିଆର ଷ୍ଟାର ରୋବିଇ ଓ୍ୱିଲିୟମ୍ସଙ୍କୁ। ଭାରତୀୟ ସମୟ ସଂଧ୍ୟା ୮ଟା ୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ବିଶ୍ୱକପକୁ ନେଇ ସାରା ବିଶ୍ୱରେ ଉତ୍କଣ୍ଠା ଦେଖାଦେଇଛି।  ରୁଷିଆରେ ଫୁଟବଲ ବିଶ୍ୱକପ, ହେଲେ ଇଣ୍ଡିଆରେ ବି ଫୁଟବଲ ମହାସମରକୁ ନେଇ ଏକସାଇଟମେଣ୍ଟ, କିଛି କମ ନୁହେଁ। ପଶ୍ଚିମବଂଗର ସିଲିଗୁଡିରେ ଲୋକଙ୍କ ମଧ୍ୟରେ ଫୁଟବଲ ବିଶ୍ୱକପକୁ ନେଇ ଅନେକ ଉତ୍ସାହ ଦେଖାଦେଇଛି। ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇ ରାଜରାସ୍ତାକୁ ବାହାରିଛନ୍ତି ଫୁଟବଲ୍ ସମର୍ଥକ।

ଏକ ବିଶାଳକାୟ ଫୁଟବଲ ତିଆରି କରି ଗାଡିରେ ରଖି ଶୋଭାଯାତ୍ରା କରିଥିଲେ। ବିଭିନ୍ନ ବର୍ଗର ସମର୍ଥକ ହାତରେ ବିଭିନ୍ନ ପ୍ରତିଯୋଗୀ ଦେଶର ଜାତୀୟ ପତାକା ଧରି ରାଲି କରିଥିଲେ। ନିଜର ପ୍ରିୟ ଖେଳାଳିଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। କିଏ ବ୍ରାଜିଲର ଷ୍ଟାରପ୍ଲେୟାର ନେମାର ସମର୍ଥନରେ ସ୍ଲୋଗାନ ଦେଉଥିଲେ ତ ଆଉ କିଏ ଆର୍ଜେଣ୍ଟିନାର ମେସିଙ୍କ ସମର୍ଥନରେ ଯୁକ୍ତି ବାଢିଥିଲେ। ସିଲିଗୁଡିରେ ଅଛନ୍ତି ସତ କିନ୍ତୁ ସେମାନଙ୍କର ମନ ମସ୍କୋରେ ବୋଲି କହିଛନ୍ତି। ଭାରତରେ ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଏଭଳି ଏକ ରାଲିର ଆୟୋଜନ କରିଥିବା କହିଛନ୍ତି ସିଲିଗୁଡି କ୍ରିଡା ପରିଷଦର ସଦସ୍ୟ।

ସେହିଭଳି ସବୁ ବିଶ୍ୱକପ ଭଳି କୋଲକାତାରେ ମଧ୍ୟ ବିଶ୍ୱକପ ଫୁଟବଲ ଫିବର। ପ୍ରଶଂସକଙ୍କ ସହ ବିଭିନ୍ନ ଦୋକାନରେ ରୁଷିଆ ବିଶ୍ୱକପର ଝଲକ। ଫୁଟବଲକୁ ନେଇ କୋଲକାତାରେ ଜମିଛି ଗୁଡି କାରବାର।  ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୩୨ ପ୍ରତିଯୋଗୀ ଦେଶର ଜାତୀୟ ପତାକାକୁ ନେଇ ପ୍ରସ୍ତୁତ ହୋଇଛି ବିଭିନ୍ନ ରଂଗର ଗୁଡି।

୨୦୧୮ ବିଶ୍ୱକପ ଲୋଗୋକୁ ନେଇ ମଧ୍ୟ ସ୍ୱତନ୍ତ୍ର ଗୁଡି ତିଆରି ହୋଇଛି। ସମସ୍ତ ଗୁଡିକୁ  ବେଶ ପସନ୍ଦ କରୁଛନ୍ତି କୋଲକାତା ବାସୀ। ଦୋକାନକୁ ଆସି ଗୁଡିଗୁଡିକୁ ଦେଖୁଛନ୍ତି ଲୋକେ। ତେବେ ଏସବୁ ଗୁଡି ବର୍ତ୍ତମାନ ବିକ୍ର ହେଉନାହିଁ, କେବଳ ଦୋକାନରେ ସଜାଇ ରଖାଯାଇଛି। ବିଶ୍ୱକପ୍ ଫୁଟବଲ ଫାଇନାଲ ମ୍ୟାଚ ପରେ ସେ ଏହି ସବୁ ଗୁଡିକୁ ବିକ୍ରି କରିବେ। କୋଲକାତାରେ ପୁଟବଲକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଥିବାରୁ ଏହି ସବୁ ଗୁଡି ତିଆରି କରିଥିବା କହିଛନ୍ତି ଗୁଡି ବ୍ୟବସାୟୀ। ବିଶ୍ୱକପ ଫୁଟବଲ ଯେଉଠି ବି ହେଉଥାଉ ନା କାହିଁକି , ପଶ୍ଚିମବଙ୍ଗରେ କିନ୍ତୁ ଏହାର କ୍ରେଜ ସବୁଥର ଦେଖିବାକୁ ମିଳେ।

 

 

Previous ArticleNext Article

Leave a Reply

Send this to a friend