୭ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଚଳିତ ଆଇପିଏଲର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇର ବିଶାଳ ଟାର୍ଗେଟକୁ ହାସଲ କରିନେଇଛି ଦିଲ୍ଲୀ। ଜସନ ରୟ ୫୩ ବଲରୁ ଅପରାଜିତ ୯୧ ରନର ଆକର୍ଷଣୀୟ ବ୍ୟାଟିଂ କରି ଟିମ୍କୁ ଜିତାଇଛନ୍ତି। ଏହାସହ ରିଷବ ପନ୍ତ ମଧ୍ୟ ୨୫ ବଲରୁ ୪୭ରନ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୩ଟିରେ ପରାସ୍ତ ହେବା ସହ ପୟଣ୍ଟ ଟେବୁଲରେ ନିମ୍ନରେ ରହିଛି। ମୁମ୍ବାଇର ଖରାପ ପ୍ରଦର୍ଶନ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।