IPL-11: ଗୋଟିଏ ମ୍ୟାଚ୍‌ ହାରିଲେ ସବୁ ସ୍ୱପ୍ନ ଅଧା ରହିଯିବ

ଆଇପିଏଲରେ ଆଜି ସାମ୍ନାସାମ୍ନି ହେବେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଆଇପିଏଲର ୩୨ ତମ ମ୍ୟାଚ୍‌ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ରାତି ୮ଟାରେ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ୱ ରଖୁଛି। କାରଣ ଟପ୍‌-୪ରେ ରହିବାକୁ ହେଲେ ଦିଲ୍ଲୀକୁ ବାକିଥିବା ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଦିଲ୍ଲୀ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। […]

651513-644181-630783-629078-606560-ipl

651513-644181-630783-629078-606560-ipl

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 06:26 PM IST

Sports

Latest News

ଆଇପିଏଲରେ ଆଜି ସାମ୍ନାସାମ୍ନି ହେବେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଆଇପିଏଲର ୩୨ ତମ ମ୍ୟାଚ୍‌ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ରାତି ୮ଟାରେ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ୱ ରଖୁଛି। କାରଣ ଟପ୍‌-୪ରେ ରହିବାକୁ ହେଲେ ଦିଲ୍ଲୀକୁ ବାକିଥିବା ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଦିଲ୍ଲୀ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟ ସହ ୬ଟି ମ୍ୟାଚ୍‌ରେ ଦିଲ୍ଲୀ ପରାଜୟ ହୋଇଛି। ତେଣୁ ବାକି ଥିବା ସମସ୍ତ ମ୍ୟାଚ୍‌ ଜିତିଲେ ଦିଲ୍ଲୀ ଟପ-୪ରେ ରହିପାରିବ। ସେହିପରି ରାଜସ୍ଥାନ ଟିମ୍‌ର ଖରାପ ପ୍ରଦର୍ଶନ ଚଳିତ ଆଇପିଏଲରେ ଜାରି ରହିଛି। ରାଜସ୍ଥାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। ଏହାସହ ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos