ବିରାଟଙ୍କ ଠାରୁ ଧୱନ ପାଇଲେ ଅଧିକ ପ୍ରତିଶତ ଅର୍ଥ: ଗବର୍‌ଙ୍କ ଦରମା ୧୩୦୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଗବର୍‌ ନାଁରେ ପରିଚିତ ଶିଖର ଧୱନଙ୍କ ଦରମା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ତାଙ୍କ ଦରମା ସର୍ବାଧିକ ୧୩ ଶହ ପ୍ରତିଶତ ବୃଦ୍ଧି ଘଟିଛି। ଧୱନ ପ୍ରଦର୍ଶନ ୨୦୧୭ରେ ବେଶ ଆକର୍ଷଣୀୟ ରହିଥିଲା। ସେ ୨୦୧୭ରେ ୩୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ପାଖାପାଖି ୫୦ ଆଭରେଜରେ ୧୬୩୭ ରନ୍‌ କରିଛନ୍ତି। ନୂଆ କଣ୍ଟ୍ରାକ୍ଟ ଅନୁଯାୟୀ ଖେଳାଳିଙ୍କୁ ୩ଟି ବଦଳରେ ୪ଟି ଗ୍ରେଡ୍‌ରେ ବଣ୍ଟାଯାଇଛି। A, B, C ସହ ଏ-ପ୍ଲସ ଗ୍ରେଡ୍ […]

Virat-Kohli-and-Shikhar-Dhawan-1

Virat-Kohli-and-Shikhar-Dhawan-1

Ordigital Desk
  • Published: Thursday, 08 March 2018
  • Updated: 08 March 2018, 12:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଗବର୍‌ ନାଁରେ ପରିଚିତ ଶିଖର ଧୱନଙ୍କ ଦରମା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ତାଙ୍କ ଦରମା ସର୍ବାଧିକ ୧୩ ଶହ ପ୍ରତିଶତ ବୃଦ୍ଧି ଘଟିଛି। ଧୱନ ପ୍ରଦର୍ଶନ ୨୦୧୭ରେ ବେଶ ଆକର୍ଷଣୀୟ ରହିଥିଲା। ସେ ୨୦୧୭ରେ ୩୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ପାଖାପାଖି ୫୦ ଆଭରେଜରେ ୧୬୩୭ ରନ୍‌ କରିଛନ୍ତି। ନୂଆ କଣ୍ଟ୍ରାକ୍ଟ ଅନୁଯାୟୀ ଖେଳାଳିଙ୍କୁ ୩ଟି ବଦଳରେ ୪ଟି ଗ୍ରେଡ୍‌ରେ ବଣ୍ଟାଯାଇଛି। A, B, C ସହ ଏ-ପ୍ଲସ ଗ୍ରେଡ୍ ମଧ୍ୟ ରଖାଯାଇଛି। ଏ ପ୍ଲସ ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ମିଳିବ ୭ କୋଟି ଟଙ୍କା। ୩ଟି ଫର୍ମାଟରେ ଖେଳୁଥିବା ଖେଳାଳିଙ୍କୁ ଏହି ଗ୍ରେଡ଼ ମିଳିଛି। ଯେଉଁମାନଙ୍କ ମଧ୍ୟରେ ଧୱନଙ୍କ ସହ ଅଧିନାୟକ କୋହଲି, ରୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ବୁମ୍‌ରା ସାମିଲ ଅଛନ୍ତି।

ବିସିସିଆଇ ଠାରୁ ବାର୍ଷିକ ସର୍ବାଧିକ ପ୍ରତିଶତ ଦରମା ଧୱନ ପାଉଛନ୍ତି। କାରଣ ପୂର୍ବରୁ ଧୱନଙ୍କୁ ମାତ୍ର ୫୦ ଲକ୍ଷ୍ୟ ଟଙ୍କା ବାର୍ଷିକ ମିଳୁଥିଲା ଯାହା ଏବେ ବୃଦ୍ଧି ଘଟି ୭ କୋଟି ଟଙ୍କାରେ ପହଞ୍ଚିଛି। ତାଙ୍କ ପଛକୁ ରୋହିତ ଶର୍ମା, ଭୁବନେଶ୍ୱକ କୁମାର ଓ ବୁମ୍‌ରାଙ୍କ ଦରମା ୬୦୦ ପ୍ରତିଶତ ବୃଦ୍ଧି ଘଟିଛି। କାରଣ ଏହି ୩ଜଣ ଖେଳାଳିଙ୍କୁ ପୂର୍ବରୁ ୧ କୋଟି ଟଙ୍କା ବାର୍ଷିକ ମିଳୁଥିଲା। କେବଳ ବିରାଟ କୋହଲିଙ୍କ ଦରମା ୨୫୦ ପ୍ରତିଶଥ ବୃଦ୍ଧି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos