ଧୋନୀଙ୍କ ନୂଆ ଘରକୁ ନେଇ ଚର୍ଚ୍ଚା:ରହିଛି ନେଟ୍‌ ପ୍ରାକ୍ଟିସ୍‌ ଫିଲ୍ଡ୍‌ ଓ ଅଲ୍ଟ୍ରାମର୍ଡନ ଜିମ୍‌ ଭଳି ସୁବିଧା

4-dhoni-new1

ରାଞ୍ଚି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଫାର୍ମହାଉସକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଧୋନୀଙ୍କ ପରିବାର ଏହି ନୂଆ ଘରକୁ ସିପ୍ଟ୍‌ ହୋଇଛନ୍ତି।

7-dhoni-new-home2

ରାଞ୍ଚିର ରିଙ୍ଗରୋଡ୍‌ ଠାରେ ପାଖାପାଖି ୭ଏକର ଜମି ଉପରେ ଧୋନୀଙ୍କ ଏହି ଫାର୍ମହାଉସ ତିଆରି ହୋଇଛି। ଯାହର ନାଁ ରହିଛି କୈଳାସପତି ଫାର୍ମହାଉସ।

8-dhoni-new-home_3

ଯେଉଁଥିରେ ଏକ ଇନଡୋର୍‌ ଷ୍ଟାଡିୟମ ରହିଛି। ଏହାସହ ଏକ ନେଟ୍‌ ପ୍ରାକ୍ଟିସ୍‌ ଫିଲ୍ଡ୍‌ ଏବଂ ଏକ ଅଲ୍ଟ୍ରା ମର୍ଡନ ଜିମ୍‌ର ସୁବିଧା ମଧ୍ୟ କରାଯାଇଛି। ଏହାବ୍ୟତିତ ଘରର ବାହାରେ ଏକ ବଡ ଫୁଲ ବଗିଚା ମଧ୍ୟ ରହିଛି। ଏହପୂର୍ବରୁ ଧୋନୀ ଝାଡଖଣ୍ଡର ହର୍ମୁ ରୋଡସ୍ଥିତ ଘରେ ୨୦୦୯ରୁ ରହିଆସୁଥିଲେ।

3-dhoni-new-home4

Previous ArticleNext Article

Send this to a friend