ଧୋନୀଙ୍କ ଖେଳ ସରିନାହିଁ, ୨୦୧୯ ବିଶ୍ୱକପ ଯୋଜନାରେ ବି ସାମିଲ: ରବି ଶାସ୍ତ୍ରୀ

MS-Dhoni-Ravi-Shastri

 

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଧୋନୀଙ୍କ ଭବିଷ୍ୟତ ନେଇ ହେଉଥିବା ସମାଲୋଚନାର ଜବାବ ରଖିଛନ୍ତି ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ହାରିଯିବା ପରେ ଭାରତୀୟ ସିନିୟର ଖେଳାଳି ମାନେ ଅବସର ନେଇଯିବା ଆବଶ୍ୟକ ବୋଲି କ୍ରିକେଟ୍‌ ପ୍ରଶଂସକ କହିଥିଲେ। ବିଶେଷ କରି ଧୋନୀ ଓ ଯୁବରାଜଙ୍କ ଭଳି ସିନିୟର ଖେଳାଳି ଟିମ୍‌ରୁ ଅବସର ନେଇ ଯାଅନ୍ତୁ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ଧୋନୀଙ୍କ ଫର୍ମ ଆସିଥିବାରୁ ରବି ଶାସ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନିକଟରେ ତାଙ୍କୁ ଫର୍ମକୁ ନେଇ ଉଠାଯାଉଥିବା ପ୍ରଶ୍ନ ଉପରେ ସେ କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଧୋନୀଙ୍କ ଟିମ୍‌ ଇଣ୍ଡିଆରେ ଆହୁରି ଅନେକ କ୍ରିକେଟ୍‌ ଖେଳାବାର ବାକି ଅଛି। ଇଂଲଣ୍ଡରେ ୨୦୧୯ରେ ହେବାକୁ ଥିବା ବିଶ୍ୱକପ ପାଇଁ ସେ ଟିମ୍‌ର ଯୋଜନାରେ ସମ୍ପୂର୍ଣ୍ଣ ଭାବେ ସାମିଲ। ଧୋନୀ ତାଙ୍କ ଫର୍ମ ପୁଣି ଫେରିପାଇଛନ୍ତି ଏବଂ ନିକଟରେ ସେ ୩୦୦ ଦିନିକିଆ ମ୍ୟାଚ୍‌ ମଧ୍ୟ ପୂରଣ କରିଛନ୍ତି। ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଧୋନୀଙ୍କ ଜଣେ ମହାନ ଖେଳାଳି ଓ ଟିମ୍‌ ଉପରେ ତାଙ୍କର ଅନେକ ପ୍ରଭାବ ରହିଛି।

Previous ArticleNext Article

Send this to a friend