ଦିନିକିଆ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ ଦୀପ୍ତି ଏବଂ ପୁନମ୍

cricket_647_051517101226_15_05_2017

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ମହିଳା କ୍ରିକେଟ ମ୍ୟାଚରେ ଇତିହାସ ରଚିଛନ୍ତି ଦୁଇ ଭାରତୀୟ ମହିଳା କ୍ରିକେଟ୍‌ର ପୁନମ ରାୱତ ଓ ଦୀପ୍ତି ଶର୍ମା। ଆୟରଲାଣ୍ଡ ବିପକ୍ଷରେ ଚାଲିଥିବା ଏକ ମ୍ୟାଚର ପ୍ରଥମ ଭାଗୀଦାରିରେ ବିନା କୌଣସି ୱିକେଟ୍‌ ହରାଇ 320 ରନ୍‌ କରିଛନ୍ତି ଏହି ଯୋଡି। ଯାହା ମହିଳା ଓ ପୁରୁଷ କ୍ରିକେଟ ବର୍ଗରେ ଏକ ରେକର୍ଡ। ଏହି ମ୍ୟାଚରେ ଦୀପ୍ତି 160 ଟି ବଲ ଖେଳି 27 ଟି ଚୌକା ଓ ଦୁଇଟି ଛକ୍କା ବଳରେ 188 ରନ କରିଥିବାବେଳେ ପୁନମ 109 କରିଛନ୍ତି। ଏହା ପୂର୍ବରୁ 2006ରେ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏକ ମ୍ୟାଚରେ ଜୟସୁରିଆ ଓ ଉପୁଲ ତରଙ୍ଗାଙ୍କ ଯୋଡି 286 ରନ କରି ଚର୍ଚ୍ଚାରେ ରହିଥିଲା।

Previous ArticleNext Article