ଆଇପିଏଲ-୧୧: କର ବା ମର ମ୍ୟାଚ୍‌ରେ ଏହି ଟିମ୍‌ର ବିସ୍ଫୋରକ ଆରମ୍ଭ

ଆଇପିଏଲର ୪୯ ତମ ମ୍ୟାଚ୍‌ ଆଜି ଇଡ଼େନ ଗାର୍ଡେନ ଠାରେ ଖେଳାଯାଉଛି। କେକେଆର୍‌ ଓ ରାଜସ୍ଥାନ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ କେକେଆର୍‌ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ ପାଇଁ ଆମନ୍ତ୍ରଣ ହୋଇଥିବା ରାଜସ୍ଥାନ ପକ୍ଷରୁ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଦୁଇ ଓପନର୍‌ ରସ୍ ବଟଲର୍‌ ଓ ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍‌ରୁ ଆକର୍ଷଣୀୟ ପାଳି ବଳରେ ରାଜସ୍ଥାନ ମାତ୍ର ୪ ଓଭରରେ ୫୯ ରନ୍‌ କରିବାରେ ସକ୍ଷମ ହୋଇଛି। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର୍‌ ଓ ରାଜସ୍ଥାନ ଦଳ ଏବେ ସମାନ ଅଙ୍କ ସହ ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।  କେକେଆର୍‌ ଓ ରାଜସ୍ଥାନ ୧୨ ଲେଖାଏଁ ମ୍ୟାଚ୍‌ ଖେଳି ୬ଟିରେ ବିଜୟ ସହ ୧୨ ଅଙ୍କରେ ରହିଛନ୍ତି। ପ୍ଲେଅଫ୍‌ ଖେଳିବା ପାଇଁ ହେଲେ ଉଭୟ ଟିମ୍‌ ଆଜିର ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବେ। ଏବେ ସୁଦ୍ଧା ହାଇଦ୍ରାବାଦ ଓ ଚେନ୍ନାଇ ଟିମ୍‌ ପ୍ଲେଅଫ୍‌ରେ ପହଞ୍ଚିଯାଇଥିବା ବେଳେ ଅନ୍ୟ ଦୁଇଟି କେଉଁ ଦଳ ପ୍ଲେଅଫ୍‌ ଖେଳିବ ଏହାକୁ ନେଇ କଳ୍ପନାଜଳ୍ପନା ଜୋର୍‌ ଧରିଛି।

Previous ArticleNext Article

Send this to a friend