ଇଡେନ୍ ଗାର୍ଡେନରେ ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ

ନୂଆଦିଲ୍ଲୀ: ୨୦୧୬ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ କୋଲକାତର ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୧ରୁ ଏପ୍ରିଲ ୩ ତାରିଖ ଯାଏଁ ଦେଶର ୮ଟି ସହରରେ ଅନୁଷ୍ଠିତ ହେବ ଟୁର୍ନାମେଣ୍ଟ । ମଙ୍ଗଳବାର ଏହା ଘୋଷଣା କରିଛି ବିସିସିଆଇ। ମିଳିଥିବା ସୂଚନା ମୁତାବକ ୨୦୧୬ ଆଇସିସି ଟି-ଟ୍ୱେଣ୍ଟିର ବହୁ ମ୍ୟାଚ ବେଙ୍ଗାଲୁରୁ, ଚେନ୍ନାଇ, ଧର୍ମଶାଳା, ମୋହାଲି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ ଓ କୋଲାକାତାରେ ହେବ। ତେବେ ଗତବର୍ଷ ଆଇସିସି ବିଶ୍ୱକପ ସମୟରେ ବିଭିନ୍ନ କାରଣରୁ ଇଡେନ୍ […]

Eden Gardens1

Eden Gardens1

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 02:49 PM IST

Sports

Latest News

Eden-Gardens-v16ନୂଆଦିଲ୍ଲୀ: ୨୦୧୬ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ କୋଲକାତର ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୧ରୁ ଏପ୍ରିଲ ୩ ତାରିଖ ଯାଏଁ ଦେଶର ୮ଟି ସହରରେ ଅନୁଷ୍ଠିତ ହେବ ଟୁର୍ନାମେଣ୍ଟ । ମଙ୍ଗଳବାର ଏହା ଘୋଷଣା କରିଛି ବିସିସିଆଇ।

ମିଳିଥିବା ସୂଚନା ମୁତାବକ ୨୦୧୬ ଆଇସିସି ଟି-ଟ୍ୱେଣ୍ଟିର ବହୁ ମ୍ୟାଚ ବେଙ୍ଗାଲୁରୁ, ଚେନ୍ନାଇ, ଧର୍ମଶାଳା, ମୋହାଲି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ ଓ କୋଲାକାତାରେ ହେବ। ତେବେ ଗତବର୍ଷ ଆଇସିସି ବିଶ୍ୱକପ ସମୟରେ ବିଭିନ୍ନ କାରଣରୁ ଇଡେନ୍ ଗାର୍ଡେନ୍ ବାଦ ପଡିଥିଲା।

ସୂଚନାଯୋଗ୍ୟ, ଏହି ଷ୍ଟାଡିୟମରେ ୧୯୮୭ ବିଶ୍ୱକପରେ ଦୁଇଟି ମ୍ୟାଚ, ୧୯୯୬ ବିଶ୍ୱକପରେ ଗୋଟିଏ ମ୍ୟାଚ, ୨୦୧୧ ବିଶ୍ୱକପରେ ୩ଟି ମ୍ୟାଚ୍ ଖେଳାଯାଇଛି । ସେହିପରି ୧୯୭୮ ଓ ୧୯୯୭ ଆଇସିସି ମହିଳା ବିଶ୍ୱକପରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos