ଶେଷ ସୁଯୋଗ: ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ। ଇଂଲଣ୍ଡ ଓ ବେଲଜିୟମ୍‌ ଟିମ୍‌ର ବିଶ୍ୱକପ୍ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲ୍‌ରେ କ୍ରୋଏସିଆଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ, ଫ୍ରାନ୍ସଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌। ଚଳିତ ବିଶ୍ୱକପ୍‌ରେ ଆରମ୍ଭରୁ ଏ ଦୁଇଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ୍‌ରେ ପହଞ୍ଚିପାରି ନଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ […]

700109-eng-vs-bel25

700109-eng-vs-bel25

Rakesh Mallick
  • Published: Friday, 13 July 2018
  • Updated: 13 July 2018, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ। ଇଂଲଣ୍ଡ ଓ ବେଲଜିୟମ୍‌ ଟିମ୍‌ର ବିଶ୍ୱକପ୍ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲ୍‌ରେ କ୍ରୋଏସିଆଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ, ଫ୍ରାନ୍ସଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌।

Related image

ଚଳିତ ବିଶ୍ୱକପ୍‌ରେ ଆରମ୍ଭରୁ ଏ ଦୁଇଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ୍‌ରେ ପହଞ୍ଚିପାରି ନଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ ସେମିଫାଇନାଲ୍‌ରେ ପରାଜୟର ସାମ୍ନା କରିଥିଲା ବେଲଜିୟମ୍‌। ଗୋଟିଏ ଗ୍ରୁପରେ ଥିବା ଇଂଲଣ୍ଡ ଓ ବେଲଜିୟମ୍‌ ପୂର୍ବରୁ ସାମ୍ନାସାମ୍ନି ହୋଇ ସାରିଛନ୍ତି ଲିଗ୍ ପର୍ଯ୍ୟାୟରେ। ଯେଉଁ ମ୍ୟାଚ୍‌ରେ ଇଂଲଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଥିଲା ବେଲଜିୟମ୍‌।

Related image

ଚଳିତ ବିଶ୍ୱକପ୍‌ ଆରମ୍ଭରୁ ଯେଉଁଭଳି ଆକର୍ଷଣୀୟ ଖେଳ ଜାରି ରଖିଥିଲେ, ଫୁଟବଲ ପଣ୍ଡିତ ଆଶା କରିଥିଲେ ଏ ଦୁଇ ଟିମ୍‌ ମଧ୍ୟରୁ ଗୋଟିଏ ବିଜେତା ହେବା ନିଶ୍ଚିତ। ହେଲେ ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ଫ୍ରାନ୍ସ ଓ କ୍ରୋଏସିଆ ଫାଇନାଲ୍‌ ପାଇଁ ଟିକେଟ୍‌ ହତେଇଛନ୍ତି। ଆସନ୍ତା ୧୫ ତାରିଖ ରବିବାର ଦିନ ଫିଫା ବିଶ୍ୱକପ ଗ୍ରାଣ୍ଡ୍‌ ଫାଇନାଲ୍‌ ମ୍ୟାଚ୍‌ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ।

Image result for world cup

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos