ଲର୍ଡ଼ସରେ ଭାରତର ଲଜ୍ଜାଜନକ ପରାଜୟ

ଲଣ୍ଡନ୍: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଲଜ୍ଜାଜନକ ଭାବେ ଭାରତ ପରାସ୍ତ ହୋଇଛି। ଏକ ଇନିଂସ ଓ ୧୫୯ ରନ୍‌ରେ ଭାରତକୁ ହରାଇଛି ଇଂଲଣ୍ଡ। ଫଳରେ ୫ ଟିକିଆ ଟେଷ୍ଟ ସିରିଜରେ ୨-୦ରେ ଇଂଲଣ୍ଡ ଆଗୁଆ ରହିଛି। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍‌ରେ କଷ୍ଟେମଷ୍ଟେ ୧୦୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ୨୯ ରନ୍ କରିଥିଲେ। ଏହାର ଜବାବରେ ଇଂଲଣ୍ଡ ୭ ୱିକେଟ୍ ହରାଇ […]

prv_1534093510

prv_1534093510

Ordigital Desk
  • Published: Sunday, 12 August 2018
  • Updated: 12 August 2018, 11:27 PM IST

Sports

Latest News

ଲଣ୍ଡନ୍: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଲଜ୍ଜାଜନକ ଭାବେ ଭାରତ ପରାସ୍ତ ହୋଇଛି। ଏକ ଇନିଂସ ଓ ୧୫୯ ରନ୍‌ରେ ଭାରତକୁ ହରାଇଛି ଇଂଲଣ୍ଡ। ଫଳରେ ୫ ଟିକିଆ ଟେଷ୍ଟ ସିରିଜରେ ୨-୦ରେ ଇଂଲଣ୍ଡ ଆଗୁଆ ରହିଛି।

ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍‌ରେ କଷ୍ଟେମଷ୍ଟେ ୧୦୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ୨୯ ରନ୍ କରିଥିଲେ।

ଏହାର ଜବାବରେ ଇଂଲଣ୍ଡ ୭ ୱିକେଟ୍ ହରାଇ ୩୯୬ ରନ୍ କରି ପାଳି ଘୋଷଣା କରିଥିଲା।

ଇଂଲଣ୍ଡ ପକ୍ଷରୁ ଅଲରାଉଣ୍ଡର ୱକସ୍ ୧୩୦ ରନ୍ କରି ନଟ୍‌ଆଉଟ୍‌ ରହିଥିଲେ।

୨୮୯ ରନ୍‌ର ପିଛା କରି ଭାରତର ଓପ୍ନିଂ କରିବାକୁ ଆସିଥିଲେ ମୂରଲୀ ବିଭୟ ଓ କେଏଲ୍‌ ରାହୁଲ। ମୂରଲୀ ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ।

ରାହୁଲ୍‌ ୮, ପୂରାରା ୧, ବିରାଟ୍‌ କୋହଲି ୨୩, ଅଜିଙ୍କ୍ୟ ରାହାଣେ ୧୮, ଅଶ୍ୱିନ୍‌ ୨୯ ରନ କରି ଆଉଟ୍‌ ହୋଇଥିଲେ। ଲଗାତାର ୱିକେଟ ଖସିବା ଫଳରେ ଭାରତ ଶେଷରେ ୧୩୦ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

ଇଂଲଣ୍ଡ ପକ୍ଷରୁ ଉଭୟ ଜିମି ଆଣ୍ଡରସନ୍‌ ଓ ବ୍ରଡ୍‌ ୪ଟି ଲେଖାଏ ୱିକେଟ୍‌  ନେଇଥିବା ବେଳେ ୱକସ୍ ୨ଟି ୱିକେଟ ହାସଲ କରିଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos