ବାଜିଲା ବିଗୁଲ୍: ଆରମ୍ଭ ହେଲା ବିଶ୍ୱର ସବୁଠୁ ଦାମୀ ବିଶ୍ୱକପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଷିଆର ମସ୍କୋରେ ଆରମ୍ଭ ହୋଇଯାଇଛି ଫୁଟବଲ୍‌ ମହାକୁମ୍ଭ ଫିଫା ବିଶ୍ୱକପ୍। ଉଦ୍‌ଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଋଷିଆ ଓ ସାଉଦି ଆରବ। ଏହି ମ୍ୟାଚ୍‌ ପାଇଁ ଷ୍ଟାଡ଼ିୟମରେ ଖଚାଖଚ୍‌ ଦର୍ଶକ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଋଷିଆ ସାଉଦି ଆରବ ବିପକ୍ଷରେ ୨-୦ ଗୋଲରେ ଆଗରେ ଅଛି। ଘରୋଇ ପରିବେଶରେ ଋଷିଆ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି।

ମାସେ ଧରି ଚାଲିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ୩୨ଟି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ବେଲଜିୟମ, ପର୍ତ୍ତୁଗାଲ, ଜର୍ମାନୀ, ଆର୍ଜେଣ୍ଟିନା ଓ ସ୍ପେନ୍ ଟାଇଟଲ ଜିତିବାକୁ ହଟ୍ ଫେଭରାଇଟ୍ ମନେ କରାଯାଉଥିବାବେଳେ ଏଥର ଜବରଦସ୍ତ ଖେଳ ଦେଖିବାକୁ ମିଳିବ ବୋଲି ଫୁଟବଲ ପ୍ରେମୀ ଆଶା ରଖିଛନ୍ତି। ଭାରତ ନନ୍ ପ୍ଲେଇଂ ରାଷ୍ଟ୍ର ହେଇଥିଲେ ବି ଦେଶରେ କ୍ରେଜ୍ କିନ୍ତୁ କମ୍ ନାହିଁ।

 

Previous ArticleNext Article

Send this to a friend