କଳିଙ୍ଗ ଷ୍ଟାଡିୟମରେ ହେଉଛି ଦେଶର ପ୍ରଥମ କ୍ଲାଇମ୍ବିଂ କମ୍ପ୍ଲେକ୍ସ

ଭୁବନେଶ୍ୱର: ରାଜଧାନୀରେ ଥିବା କଳିଙ୍ଗ ଷ୍ଟାଡିୟମ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। ଏଠାରେ ନିର୍ମାଣ ହେଉଛି କ୍ଲାଇମ୍ବିଂ କମ୍ପ୍ଲେକ୍ସ। ଆସନ୍ତା ମାସରେ ଏହାର କାମ ଶେଷ ହେବା ପରେ ଏହା ହେବ ଦେଶର ପ୍ରଥମ କ୍ଲାଇମ୍ବିଂ କମ୍ପ୍ଲେକ୍ସ। ରାଜ୍ୟରେ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛି।ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ୩ କୋଟି ୭୬ ଟଙ୍କାର ବ୍ୟୟବରାଦ ରହିଛି। ପୂର୍ବରୁ ହକି ଓ ଆଥଲେଟିକ୍ସ ପାଇଁ କଳିଙ୍ଗ […]

Rakesh Mallick
  • Published: Monday, 21 August 2017
  • Updated: 21 August 2017, 08:16 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଥିବା କଳିଙ୍ଗ ଷ୍ଟାଡିୟମ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। ଏଠାରେ ନିର୍ମାଣ ହେଉଛି କ୍ଲାଇମ୍ବିଂ କମ୍ପ୍ଲେକ୍ସ। ଆସନ୍ତା ମାସରେ ଏହାର କାମ ଶେଷ ହେବା ପରେ ଏହା ହେବ ଦେଶର ପ୍ରଥମ କ୍ଲାଇମ୍ବିଂ କମ୍ପ୍ଲେକ୍ସ। ରାଜ୍ୟରେ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛି।ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ୩ କୋଟି ୭୬ ଟଙ୍କାର ବ୍ୟୟବରାଦ ରହିଛି।

ପୂର୍ବରୁ ହକି ଓ ଆଥଲେଟିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମିର ବିକାଶ କରାଯାଇଛି।

climbing-complexଦୁଃସାହସିକ କ୍ରୀଡ଼ା କ୍ଲାଇମ୍ବିଂରେ ପ୍ରବଳ ଶାରିରୀକ ଦକ୍ଷତା ଅବଶ୍ୟକ ରହିଛି। ଏହି କ୍ରୀଡ଼ା ୨୦୨୦ ଟୋକିଓ ଅଲିମ୍ପିକସରେ ସାମିଲ ହୋଇଛି। ଏଥିଲାଗି ଖେଳାଳିଙ୍କୁ ପ୍ରସ୍ତୁତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ସ୍ପୋର୍ଟ କ୍ଲାଇମ୍ବିଂ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଫ୍ରାନସର ଏକ କମ୍ପାନୀର ଏହି କମ୍ପ୍ଲେକ୍ସ ନିର୍ମାଣ ଦାୟିତ୍ୱରେ ରହିଛି। ଇଣ୍ଟରନ୍ୟାସନାଲ ଫେଡରେସନ ଅପ୍ ସ୍ପୋର୍ଟ କ୍ଲାଇମ୍ବିଂ ବା ଆଇଏଫ୍‌ଏସ୍‌ସିର ଗାଇଡଲାଇନ ଅନୁସାରେ ଏହାର ନିର୍ମାଣ କରାଯାଉଛି।

କମ୍ପ୍ଲେକ୍ସର ଗୋଟିଏ ଓ୍ୱାଲ୍ ୧୨ ବାଏ ୫ ମିଟର ହୋଇଥିବା ବେଳେ ଅନ୍ୟଟି ୧୫ ବାଏ ୧୨ ମିଟର। ଏହି କମ୍ପ୍ଲେକ୍ସରେ ୩ଟି ଇଭେଣ୍ଟ ପାଇଁ ପ୍ରଶିକ୍ଷଣ ଓ ପ୍ରତିଯୋଗିତା ହେବ। ଏହି ତିନି ଇଭେଣ୍ଟ ହେଲା ଲିଡ୍ କ୍ଲାଇମ୍ବିଂ, ସ୍ପିଡ୍ କ୍ଲାଇମ୍ବିଂ ଓ ବୋଲଡରିଂ।ଶୀଘ୍ର ଆଇଏଫ୍‌ଏସ୍‌ସି କର୍ମକର୍ତ୍ତା ଆସି କମ୍ପ୍ଲେକ୍ସକୁ ସର୍ଟିଫାଏ କରିବେ। ଅନୁବନ୍ଧିତ ଇଣ୍ଡିଆନ୍ ମାଉଁଣ୍ଟନେରିଂ ଫେଡରେସନ କମ୍ପ୍ଲେକ୍ସର ତଦାରଖ କରିବା ସହ ସ୍ପେଶାଲାଇଜଡ କୋଚଙ୍କ ଦ୍ୱାରା ପ୍ରଶିକ୍ଷଣ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos