୨୦୧୧ ବିଶ୍ୱକପ୍‌ ଜିତିବାରେ କର୍ଣ୍ଣଧାର ସାଜିଥିଲେ ଗାଙ୍ଗୁଲିଙ୍କର ଏହି ୫ ବାହୁବଳୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଜଣେ ସଫଳ ଅଧିନାୟକ। ସେ ବିଶ୍ୱ ବିଜୟୀ ହୋଇ ନଥିଲେ ବି ବିଶ୍ୱବିଜୟି ଧୋନି ବାହିନୀ ଗଠନ ପଛରେ ତାଙ୍କର ବଡ଼ ଭୂମିକା ରହିଥିଲା। ଏକ ସନ୍ତୁଳିତ ଦଳ ଗଢ଼ିବାରେ ସେ ସଫଳ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୩ ମସିହାରେ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ହାରି ଯାଇଥିଲା। ମାତ୍ର ଗାଙ୍ଗୁଲି ନେତୃତ୍ୱରେ ଖେଳୁଥିବା ୫ଜଣ ଖେଳାଳି ୨୦୧୧ ମସିହାରେ ବିଶ୍ୱକପ୍‌ରେ ନିଜର ଯାଦୁ ଦେଖାଇଥିଲେ। […]

ganguli

ganguli

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 08:02 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଜଣେ ସଫଳ ଅଧିନାୟକ। ସେ ବିଶ୍ୱ ବିଜୟୀ ହୋଇ ନଥିଲେ ବି ବିଶ୍ୱବିଜୟି ଧୋନି ବାହିନୀ ଗଠନ ପଛରେ ତାଙ୍କର ବଡ଼ ଭୂମିକା ରହିଥିଲା। ଏକ ସନ୍ତୁଳିତ ଦଳ ଗଢ଼ିବାରେ ସେ ସଫଳ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୩ ମସିହାରେ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ହାରି ଯାଇଥିଲା। ମାତ୍ର ଗାଙ୍ଗୁଲି ନେତୃତ୍ୱରେ ଖେଳୁଥିବା ୫ଜଣ ଖେଳାଳି ୨୦୧୧ ମସିହାରେ ବିଶ୍ୱକପ୍‌ରେ ନିଜର ଯାଦୁ ଦେଖାଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳି ଭାରତକୁ ବିଶ୍ୱବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ଖେଳାଳି। ଆସନ୍ତୁ ଏହି ସଫଳ ଖେଳାଳିଙ୍କ ସମ୍ପର୍କରେ ଜାଣିବା।

Virender+Sehwagବିରେନ୍ଦ୍ର ସେହୱାଗ: ଭାରତୀୟ କ୍ରିକେଟ୍‌ରେ ଜଣେ ସଫଳ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ହେଉଛନ୍ତି ବିରେନ୍ଦ୍ର ସେହୱାଗ। ଅଜୟ ଜାଡ଼େଜାଙ୍କ ନେତୃତ୍ୱରେ ସେ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଗାଙ୍ଗୁଲିଙ୍କ ଅଧିନାୟକତ୍ୱ ସମୟରେ ସେହୱାଗଙ୍କ ବ୍ୟାଟିଂର ଜଲୱା ଦେଖିବାକୁ ମିଳିଥିଲା। ମଧ୍ୟଭାଗରେ ବ୍ୟାଟିଂ କରୁଥିବା ସେହୱାଗ ପରବର୍ତ୍ତୀ ପର୍ଯ୍ୟାୟରେ ତେନ୍ଦୁଲକରଙ୍କ ସହ ମିଶି ଇନିଂସ୍‌ ଆରମ୍ଭ କରିଥିଲେ। ତାଙ୍କର ଧୂଆଁଧାର ଇନିଂସ ବଳରେ ଟିମ୍‌ ଅନେକ ମ୍ୟାଚରେ ଦୃଢ଼ ସ୍ଥିତିରେ ପହଞ୍ଚିବାରେ ସଫଳ ହୋଇଥିଲା। ୨୦୧୧ ବିଶ୍ୱକପ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସେହୱାଗ ଭଲ ପ୍ରଦର୍ଶନ କରିଥିଲେ। ସେହୱାଗ ବିଶ୍ୱକପ୍‌ରେ ୩୮୦ ରନ୍‌ କରିଥିଲେ। ସେଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ସାମିଲ ଥିଲା। ୧୨୨.୫୮ ଷ୍ଟ୍ରାଇକ୍‌ ରେଟ୍‌ରେ ସେ ରନ୍‌ କରିଥିଲେ।

gautam-gambhirଗୌତମ ଗମ୍ଭୀର: ୨୦୧୧ ବିଶ୍ୱକପ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିଲେ ଗୌତମ ଗମ୍ଭୀର। ସେ ମଧ୍ୟ ଜବରଦସ୍ତ ଇନିଂସ ଖେଳିଥିଲେ। ଫାଇନ୍‌ଲ ମ୍ୟାଚରେ ଧୋନିଙ୍କ ସହିତ ମିଶି ଖେଳିଥିବା ଇନିଂସ୍‌ ଏବେ ବି ଅବିସ୍ମରଣୀୟ ହୋଇ ରହିଛି। ଗମ୍ଭୀର ବିଶ୍ୱକପ୍‌ରେ ୩୯୩ ରନ୍‌ କରିଥିଲେ। ସେଥିରେ ୪ଟି ଅର୍ଦ୍ଧ ଶତକ ରହିଛି। ଫାଇନାଲରେ ସେ ୯୭ ରନ୍‌ କରିଥିଲେ।

Yuvraj+Singhଯୁବରାଜ ସିଂହ: ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଯୁବରାଜ ସିଂହ ଖେଳି ଅଧିକ ସଫଳ ହୋଇଥିଲେ। ତା’ପରେ ସେ ୨୦୧୧ ବିଶ୍ୱକପ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ। ସଫଳ ମଧ୍ୟ ହୋଇଥିଲେ। ବିଶ୍ୱକପ୍‌ରେ ୩୬୨ ରନ୍‌ କରିଥିଲେ ଯୁବି। ଏଥିରେ ୪ଟି ଅର୍ଦ୍ଧ ଶତକ ରହିଥିଲା। ଏହାଛଡ଼ା ସେ ବୋଲିଂରେ ମଧ୍ୟ କମାଲ ଦେଖାଇଥିଲେ। ୯ଟି ପାରିରେ ସେ ୧୫ଟି ୱିକେଟ୍‌ ଅକ୍ତିଆର କରିଥିଲେ।

zaheer-khan-bowlerଜାହିର ଖାନ୍‌: ଭାରତୀୟ କ୍ରିକେଟ୍‌ରେ ସଫଳ ଦ୍ରୁତ ବୋଲର ଜାହିର ଖାନ୍‌। ସେ ୫୦ ଓଭର ବିଶିଷ୍ଟ ୩ଟି ବିଶ୍ୱକପ୍‌ ଖେଳିଛନ୍ତି। ଏହି ୩ଟି ଯାକ ବିଶ୍ୱକପ୍‌ରେ ସେ ଟିମ୍‌ ପାଇଁ ଅଧିକ ୱିକେଟ୍‌ ନେଇଥିଲେ। ୨୦୧୧ ବିଶ୍ୱକପ୍‌ରେ ସେ ୨୧ଟି ୱିକେଟ୍‌ ନେଇଥିଲେ। ଜାହିର ଅଧିକାଂଶ ମ୍ୟାଚରେ ପ୍ରତିପକ୍ଷ ଦଳକୁ ପ୍ରାରମ୍ଭିକ ଝଟକା ଦେବାରେ ସକ୍ଷମ ହେଉଥିଲେ।

dhoniମହେନ୍ଦ୍ର ସିଂହ ଧୋନି: ୨୦୦୪ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ୍‌ ଜୀବନ ଆରମ୍ଭ ହୋଇଥିଲା। ସୌରଭ ଗାଙ୍ଗୁଲି ହିଁ ତାଙ୍କୁ ଏହି ବ୍ରେକ୍‌ ଦେଥିଲେ। ଗାଙ୍ଗୁଲିଙ୍କ ନେତୃତ୍ୱରେ ସେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ବାଂଲାଦେଶ ବିରୋଧରେ ଖେଳିଥିଲେ। ଧୋନିଙ୍କ କିପିଂ ଓ ବ୍ୟାଟିଂ ଶୈଳୀ ଗାଙ୍ଗୁଲିଙ୍କୁ ପ୍ରଭାବିତ କରିଥିଲା। ଯାହାଫଳରେ ଗାଙ୍ଗୁଲି, ଧୋନିଙ୍କୁ ଲଗାତାର ମ୍ୟାଚ ଖେଳିବାକୁ ସୁଯୋଗ ଦେଇଥିଲେ। କେତେକାଂଶରେ ସଫଳ ମଧ୍ୟ ହୋଇଥିଲେ। ପରେ ଧୋନି ଭାରତୀୟ ଟିମ୍‌ର ଅଧିନାୟକ ହୋଇଥିଲେ। ୨୦୧୧ ମସିହାରେ ଟିମ୍‌କୁ ବିଶ୍ୱ ବିଜୟୀ କରିବାରେ ଧୋନିଙ୍କର ପ୍ରମୁଖ ଭୂମିକା ରହିଛି। ବିଶ୍ୱକପ୍‌ରେ ସେ ୨୪୧ ରନ୍‌ କରିଥିଲେ। ଫାଇନାଲ୍‌ ମ୍ୟାଚରେ ଗୌତମ ଗମ୍ଭିରଙ୍କ ସହ ମିଶି ଧୋନି ଜବରଦସ୍ତ ଇନିଂସ ଖେଳିଥିଲେ। ସେହି ଇନିଂସ୍‌ରେ ସେ ୯୧ ରନ୍‌ କରି ଭାରତକୁ ୨୭ ବର୍ଷ ପରେ ପୁଣି ଥରେ ବିଶ୍ୱ ବିଜୟି କରାଇବାରେ ସଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos