ଗେଲ୍‌ଙ୍କ ଗୋଲ୍‌: ୧୦ହଜାର ରନ୍‌ ପୂରଣ କରି ଟି-୨୦ରେ ବନିଲେ ବାଦ୍‌ଶାହା

wwwww

ରାଜକୋଟ: କ୍ରିସ ଗେଲ ଆଉ ଏକ ମାଇଲ୍‌ଷ୍ଟୋନ ପାର କରିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଗେଲ୍‌ ଟୋଣ୍ଟି ଟୋଣ୍ଟିରେ ୧୦ ହଜାର ରନ ପୂରଣ କରିଛନ୍ତି। ମଙ୍ଗଳବାର ଆଇପିଏଲର ଏକ ମ୍ୟାଚ୍‌ରେ ଗେଲ୍‌ ୩୮ବଲରୁ ବିସ୍ଫୋରକ ୭୭ରନ କରିବା ସହ ୧୦ହଜାର ରନ ପୂରଣ କରିଛନ୍ତି। ଗୁଜରାଟ ଲାଏନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମୁକାବିଲାରେ ଗେଲଙ୍କୁ ଏହି ସଫଳତା ମିଳିଛି। ଆଜି ମ୍ୟାଚ୍‌ରେ ଗେଲ୍‌ ଯେତେବେଳେ ବ୍ୟକ୍ତିଗତ ଭାବେ ୩ରନ କରିଥିଲେ ସେ ଏହି ମାଇଲଷ୍ଟୋନକୁ ଛୁଇଁପାରିଥିଲେ। ଟୋଣ୍ଟିଟୋଣ୍ଟିରେ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ୮ହଜାର ରନ ଛୁଇଁ ପାରିନଥିବା ବେଳେ ଗେଲ୍‌ ୧୦ହଜାର ରନ ପୂରଣ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

 

SHARE THIS

RELATED ARTICLES

LEAVE COMMENT