ଏହି ରେକର୍ଡରେ ସଚିନଙ୍କ ସମକକ୍ଷ ହେଲେ ଗେଲ୍‌: ରଚିଲେ ନୂଆ କୀର୍ତ୍ତିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ନାଁରେ ଆଉ ଏକ ରେକର୍ଡ। ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଗେଲ୍‌ ୟୁଏଇ ବିପକ୍ଷରେ ଏକ ଆକର୍ଷଣୀୟ ଶତକ ହାସଲ କରି ସଚିନ ଓ ହାସିମ ଆମ୍‌ଲାଙ୍କ ସମକକ୍ଷ ହୋଇପାରିଛନ୍ତି। ଗେଲ୍‌ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧ଟି ଦେଶ ବିପକ୍ଷରେ ଶତକ ହାସଲ କରିବାରେ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ଏହି ୩ଜଣଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର୍‌ ରିକି ପଣ୍ଟିଂ ୧୦ଟି ଦେଶ ବିପକ୍ଷରେ […]

sachin-tendulkar-celebrates-his-47th-odi-century-27-feb-2011-1468402854-800

sachin-tendulkar-celebrates-his-47th-odi-century-27-feb-2011-1468402854-800

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 11:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ନାଁରେ ଆଉ ଏକ ରେକର୍ଡ। ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଗେଲ୍‌ ୟୁଏଇ ବିପକ୍ଷରେ ଏକ ଆକର୍ଷଣୀୟ ଶତକ ହାସଲ କରି ସଚିନ ଓ ହାସିମ ଆମ୍‌ଲାଙ୍କ ସମକକ୍ଷ ହୋଇପାରିଛନ୍ତି। ଗେଲ୍‌ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧ଟି ଦେଶ ବିପକ୍ଷରେ ଶତକ ହାସଲ କରିବାରେ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ଏହି ୩ଜଣଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର୍‌ ରିକି ପଣ୍ଟିଂ ୧୦ଟି ଦେଶ ବିପକ୍ଷରେ ୨୯ଟି ଶତକ ହାସଲ କରିଛନ୍ତି।

 

ମଙ୍ଗଳବାର ହରାରେ ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌, ୟୁଏଇକୁ ୬୦ରନରେ ପରାସ୍ତ କରିଛି। ଗେଲ୍‌ ୧୨୩ ରନ୍‌ର ଏକ ଇଂନିସ ଖେଳିଛନ୍ତି, ଯେଉଁଥିରେ ରହିଛି ୧୧ଟି ଛକା ଓ ୭ ଚୌକା। ଗେଲ୍‌ ଦିନିକିଆ କ୍ୟାରିୟରରେ ୨୩ଟି ଶତକ ପୂରଣ କରିଛନ୍ତି। ଗେଲ୍‌ ଏହାପୂର୍ବରୁ ବାଂଲାଦେଶ, କାନାଡ଼ା, ଇଂଲଣ୍ଡ, କେନିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା , ଭାରତ, ଶ୍ରୀଲଙ୍କା, ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos