୪୫ ବର୍ଷରେ ପାଦ ଦେଲେ ଗଡ୍‌ ଅଫ୍‌ କ୍ରିକେଟ୍‌

୪୫ ବର୍ଷରେ ପାଦ ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ବିସିସିଆଇ, କ୍ରିକେଟ ଅଷ୍ଟ୍ରେଲିଆ ସହ ଅନେକ କ୍ରିକେଟ୍‌ ବୋର୍ଡ  ସଚିନନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ୧୯୮୯ରେ ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିବା ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୧୫ ହଜାର ୯୨୧ ରନ କରିଛନ୍ତି।  ସେହପିରି ୪୬୩ଟି ଦିନିକିଆ ମ୍ୟାଚରେ ସେ ୧୮ ହଜାର ୪୨୬ରନ କରିଛନ୍ତି।  ୨୦୧୩ରେ ଅବସର ନେଇଥିବା ସଚିନଙ୍କ ଲୋକପ୍ରିୟତା ଏବେବି ଅତୁଟ ରହିଛି।

Previous ArticleNext Article

Send this to a friend