ଫିଫା ବିଶ୍ୱକପ: ଗୋଲ୍ଡେନ୍ ବୁଟ୍ ରେସ୍‌ରେ ସବୁଠୁ ଆଗରେ ବିରାଟ କୋହଲିଙ୍କ ପ୍ରିୟ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଷିଆରେ ଖେଳାଯାଉଥିବା ଫିଫା ବିଶ୍ୱକପରେ ଆସନ୍ତା କାଲି ଠାରୁ କ୍ୱାଟର ଫାଇନାଲ୍‌ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏବେ ଟପ-୮ଟି ଟିମ୍‌ ପ୍ରସ୍ତୁତ। ହେଲେ ଏହି ପ୍ରତିଯୋଗିତାରେ କିଏ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଲ୍ଡେନ ବୁଟ୍‌ ହାତେଇବ ସେ ନେଇ ଆରମ୍ବ ହୋଇଛି ଚର୍ଚ୍ଚା। ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ଇଂଲଣ୍ଡ ଅଧିନାୟକ ହାରି କେନ୍‌। କେନ୍‌ଙ୍କ ପଛରେ ବେଲଜିୟମର ଷ୍ଟାର୍‌ ଖେଳାଳି ରୋମେଲୁ ଲୁକାକୁ ରେସ୍‌ର ଦ୍ୱିତୀୟ ସ୍ଥାନରେ […]

251762-virat-kohli-kane

251762-virat-kohli-kane

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଷିଆରେ ଖେଳାଯାଉଥିବା ଫିଫା ବିଶ୍ୱକପରେ ଆସନ୍ତା କାଲି ଠାରୁ କ୍ୱାଟର ଫାଇନାଲ୍‌ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏବେ ଟପ-୮ଟି ଟିମ୍‌ ପ୍ରସ୍ତୁତ। ହେଲେ ଏହି ପ୍ରତିଯୋଗିତାରେ କିଏ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଲ୍ଡେନ ବୁଟ୍‌ ହାତେଇବ ସେ ନେଇ ଆରମ୍ବ ହୋଇଛି ଚର୍ଚ୍ଚା। ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ଇଂଲଣ୍ଡ ଅଧିନାୟକ ହାରି କେନ୍‌। କେନ୍‌ଙ୍କ ପଛରେ ବେଲଜିୟମର ଷ୍ଟାର୍‌ ଖେଳାଳି ରୋମେଲୁ ଲୁକାକୁ ରେସ୍‌ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Image result for harry kane

ଅଧିନାୟକ ଭାବେ କେନ୍ ଇଂଲଣ୍ଡ ଦଳର ନେତୃତ୍ୱ ନେଇ ୩ଟି ମ୍ୟାଚ୍‌ରୁ ସର୍ବାଧିକ ୬ଟି ଗୋଲ୍‌ ସ୍କୋର୍‌ କରି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ସୁଦ୍ଧା ଟପ୍‌ ସ୍କୋରର୍‌ ହୋଇପାରିଛନ୍ତି। ସେହିପରି ଲୁକାକୁ ୩ଟି ମ୍ୟାଚରୁ ୪ଟି ଗୋଲ ସ୍କୋର କରିଛନ୍ତି। ଉଭୟ ଇଂଲଣ୍ଡ ଓ ବେଲଜିୟମ କ୍ୱାଟର ଫାଇନାଲରେ ପ୍ରବେଶ କରିଥିବା ବେଳେ କେନ୍‌ ଓ ରୋମେଲୁଙ୍କ ମଧ୍ୟରେ ଗୋଲ୍ଡେନ ବୁଟ୍ ପାଇଁ ଜୋରଦାର ଟକ୍କର ହେବ। ଯଦିଓ ୪ଟି ଗୋଲ୍‌ ସ୍କୋର କରିଛନ୍ତି ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ, ତଥାପି ସେ ରେସ୍‌ରେ ବାହାର ହୋଇଛନ୍ତି। ପର୍ତ୍ତୁଗାଲ ପ୍ରିକ୍ୱାଟର ରାଉଣ୍ଡରୁ ବିଦା ହୋଇଥିବା ବେଳେ ରୋନାଲ୍ଡୋଙ୍କ ଅଭିଯାନ ଶେଷ ହୋଇସାରିଛି।

Image result for lukaku belgium

 

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଫିଫା ବିଶ୍ୱକପ ୨୦୧୮ରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ସବୁଠୁ ପ୍ରିୟ ଖେଳାଳି ହେଉଛନ୍ତି ଇଂଲଣ୍ଡର ହାରି କେନ୍‌। ବିଶ୍ୱକପ ଆରମ୍ଭ ପୂର୍ବରୁ ବିରାଟ କୋହଲି କେନଙ୍କୁ ଟ୍ୱିଟ୍‌ କରି ଶୁଭକାମନା ଜଣାଇଥିଲେ। ଏବଂ କେନ୍ ବିରାଟଙ୍କ ଏହି ଟ୍ୱିଟର ଜବାବ ମଧ୍ୟ ଦେଇଥିଲେ।

Image result for ronaldo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos