ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି: ଭାରତୀୟ ଟିମ୍‌ର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଅନେକ ସହରରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖାଯାଇ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହିଂସା ବ୍ୟାପିବାର ଆଶଙ୍କା କରାଯାଇ ଏଭଳି ନିସ୍ପତ୍ତି ନିଆଯାଇଛି। ଏପରି ସ୍ଥିତିରେ ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜ ଖେଳିବା ପାଇଁ ଭାରତ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଭାରତ ସରକାର ଶ୍ରୀଲଙ୍କାରେ ଥିବା ଟିମ୍‌ ଇଣ୍ଡିଆର […]

DXcHyA-XkAAdfeF

DXcHyA-XkAAdfeF

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 12:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଅନେକ ସହରରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖାଯାଇ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହିଂସା ବ୍ୟାପିବାର ଆଶଙ୍କା କରାଯାଇ ଏଭଳି ନିସ୍ପତ୍ତି ନିଆଯାଇଛି। ଏପରି ସ୍ଥିତିରେ ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜ ଖେଳିବା ପାଇଁ ଭାରତ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଭାରତ ସରକାର ଶ୍ରୀଲଙ୍କାରେ ଥିବା ଟିମ୍‌ ଇଣ୍ଡିଆର ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏନେଇ ଶ୍ରୀଲଙ୍କାରେ ଭାରତୀୟ ଖେଳାଳିଙ୍କ ସୁରକ୍ଷାକୁ ନେଇ ଶ୍ରୀଲଙ୍କାକୁ ରିପୋର୍ଟ ମଗାଯାଇଛି।

ସୂଚନା ଅନୁସାରେ ଭାରତୀୟ ଖେଳାଳି  ରହୁଥିବା କଲୋମ୍ବ ସହରର ସ୍ଥିତି ଏବେ ସାମନ୍ୟ ରହିଛି। କଲୋମ୍ବରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇନାହିଁ କି ଏଠାରେ ହିଂସା ବ୍ୟାପିନାହିଁ। ତେଣୁ ଟିମ୍‌ ଇଣ୍ଡିଆ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜର ସମସ୍ତ ମ୍ୟାଚ୍ କଲୋମ୍ବାର ପ୍ରେମଦାସ ଷ୍ଟାଡ଼ିୟମରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos