ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ପଡ଼ିଆ ମଝିରେ ବାଂଲାଦେଶ କ୍ରିକେଟ୍ ଖେଳାଳିଙ୍କ ଦାଦାଗିରି। ଦାଦାଗିରି ଦେଖାଇଥିବା ଖେଳାଳିମାନଙ୍କୁ ଦଣ୍ଡିତ କଲା ଆଇସିସି। ଗତକାଲି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ନିଦହାସ ଟ୍ରଫିର ଅନ୍ତିମ ଲିଗ୍ ମ୍ୟାଚ୍ରେ ବାଂଲାଦେଶ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲ୍ରେ ପ୍ରେବେଶ କରିଛି। ତେବେ ମ୍ୟାଚ୍ ଶେଷ ଓଭରରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଣ୍ଡିତ ହୋଇଛନ୍ତି ବାଂଲାଦେଶର ଅଧିନାୟକ ସକିବ ଅଲ୍ ହସନ୍। ଆଇସିସି ତାଙ୍କ ମ୍ୟାଚ୍ ଫି ଉପରେ ୨୫ ପ୍ରତିଶତ ଜରିମାନା ଲଗାଇବା ସହିତ ତାଙ୍କ ନାଁରେ ଏକ ଡିମେରିଟ୍ ପଏଣ୍ଟ ଯୋଡ଼ି ଦେଇଛି। ଖାଲି ସକିବ୍ ନୁହଁନ୍ତି ଆଉ ଜଣେ ଖେଳାଳି ନୁରୁଲ ହସନ୍ଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି। ତାଙ୍କ ମ୍ୟାଚ୍ ଫିରୁ ୨୫ ପ୍ରତିଶତ କାଟିବା ସହିତ ଗୋଟିଏ ଡିମିରେଟ୍ ପଏଣ୍ଟ ଯୋଡ଼ାଯାଇଛି।
ଶୁକ୍ରବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଲିଗ୍ ମ୍ୟାଚ୍ରେ ଶେଷ ଓଭରରେ ସକିବଙ୍କର ଅମ୍ପାୟାରଙ୍କ ସହ ଝଗଡ଼ା ହୋଇଥିଲା। ଏକ ବାଉନ୍ସର ବଲ୍କୁ ଅମ୍ପାୟାର ନୋ ବଲ୍ ନ ଦେବାରୁ ସକିବ୍ କ୍ଷୁବ୍ଧ ହୋଇ ପ୍ୟାଭିଲିୟନ ଫେରିଯିବା ସହିତ ସାଥୀ ଖେଳାଳିଙ୍କୁ ଡାକି ଆଣିଥିଲେ। ଏହି ସମୟରେ ବାଂଲାଦେଶ ଖେଳାଳି ଡ୍ରେସିଂ ରୁମ୍ରେ ଭଙ୍ଗାରୁଜା କରିବାକୁ ମଧ୍ୟ ପଛାଇନଥିଲେ। ନୁରୁଲ ହସନ ଶ୍ରୀଲଙ୍କା ଦଳର ଅଧିନାୟକ ତିଶାରା ପରେରାଙ୍କୁ ଆଙ୍ଗୁଳି ଦେଖା ଇଙ୍ଗିତ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।