ମୁମ୍ୱାଇ ଟେଷ୍ଟ: ପରାଜୟ ଦ୍ୱାରଦେଶରେ ଇଂଲଣ୍ଡ

ମୁମ୍ବାଇ: ମୁମ୍ବାଇ ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ରେ ଇଂଲଣ୍ଡ ପରାଜୟ ଦ୍ୱାର ଦେଶରେ ପହଞ୍ଚିଛି। ଚତୁର୍ଥ ଦିନରେ ଭାରତ ପ୍ରଥମ ଇନିଂସର ୬୩୧ ରନ୍ ଜବାବରେ ଆଜି ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୬ ୱିକେଟ ହରାଇ ୧୮୨ ରନ୍‌ କରିଛି। ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ଇଂଲଣ୍ଡ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ଓପନର କିଟନ୍‌ ଜେନିଙ୍ଗସ୍‌ ଶୂନ୍‌ରେ ପ୍ରଥମେ ଆଉଟ୍‌ ହୋଇଥିଲେ। […]

india

india

Rakesh Mallick
  • Published: Sunday, 11 December 2016
  • Updated: 12 December 2016, 10:28 AM IST

Sports

Latest News

ମୁମ୍ବାଇ: ମୁମ୍ବାଇ ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ରେ ଇଂଲଣ୍ଡ ପରାଜୟ ଦ୍ୱାର ଦେଶରେ ପହଞ୍ଚିଛି। ଚତୁର୍ଥ ଦିନରେ ଭାରତ ପ୍ରଥମ ଇନିଂସର ୬୩୧ ରନ୍ ଜବାବରେ ଆଜି ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୬ ୱିକେଟ ହରାଇ ୧୮୨ ରନ୍‌ କରିଛି। ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ଇଂଲଣ୍ଡ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇଥିଲେ।

ଇଂଲଣ୍ଡ ଓପନର କିଟନ୍‌ ଜେନିଙ୍ଗସ୍‌ ଶୂନ୍‌ରେ ପ୍ରଥମେ ଆଉଟ୍‌ ହୋଇଥିଲେ। ପରେ କ୍ୟାପ୍‌ଟେନ୍‌ ଆଲିଷ୍ଟ୍ରାର କୁକ୍‌ ୧୮, ମୋଇନ୍‌ ଅଲ୍ଲୀ ୦,  ବେନ୍‌ ଷ୍ଟୋକ୍ସ ୧୮ ଓ ଜୋ ରୁଟ୍‌ ୭୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଜନି ବେୟାରଷ୍ଟୋ ୫୦ ଓ ଜେକ ବଲ୍‌ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ୍‌ ଅଶ୍ୱିନ ୨ ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଜୟନ୍ତ ଯାଦବ ଓ ଭୁବେନଶ୍ୱର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ମୁରଲୀ ବିଜୟଙ୍କ ୧୩୬ ରନ୍, ଅଧିନାୟକ ବିରାଟ କୋହଲିଙ୍କ ୨୩୫ ଓ ଜୟନ୍ତ ଯାଦବଙ୍କ ୧୦୪ ରନ୍ ବଳରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୬୩୧ ରନ୍  ସଂଗ୍ରହ କରିଛି।

ଗତକାଲି ଶତକ ପୂରଣ କରିଥିବା କୋହଲି ଆଜି ଦ୍ୱିଶତକ ପୂରଣ କରିଥିଲେ। କୋହଲି ଓ ଯାଦବଙ୍କ ମଧ୍ୟରେ୨୪୧ ରନ୍‌ର ଭାଗୀଦାରୀ ଭାରତୀୟ ଇନିଂସକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲା। ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ୪୭ ରନ୍, ଲୋକେଶ ରାହୁଲ ୨୪, ରବୀନ୍ଦ୍ର ଜାଡେଜା ୨୫ ଓ ପାର୍ଥିବ ପଟେଲ ୧୫ ରନ୍ କରିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୪୦୦ ରନ୍ କରିଥିଲା। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୬ଟି ଓ ଜାଡ଼େଜା ୪ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos