ନିଦାହାସ ଟ୍ରଫି: ଆଜି ଭାରତ-ବାଂଲାଦେଶ ମୁକାବିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ ଓ ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି। ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ହାଲୁକା ଭାବେ ନେବନି। ଦଳରେ କିଛିଟା ପରିବର୍ତ୍ତନ […]

india

india

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 08:01 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ ଓ ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି। ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ହାଲୁକା ଭାବେ ନେବନି। ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ। ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ। ସେହିପରି ରାହୁଲଙ୍କ ସାମିଲ୍ ହେବା ସମ୍ଭାବନା ରହିଛି ଯାହାକି ଟିମ୍ ଇଣ୍ଡିଆର ମଧ୍ୟକ୍ରମକୁ ଆହୁରି ଦୃଢ଼ କରିବ। ସେପଟେ ବାଂଲାଦେଶ ପାଇଁ ଶକ୍ତ ଧକ୍କା ହେଉଛି ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କ ଅନୁପସ୍ଥିତି। ଆହତ କାରଣରୁ ସେ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ମହମ୍ମୁଦୁଲାହା।

ଆଜି ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos