ଭାରତର ଲଙ୍କା ବିଜୟ: ସବୁ ପୋଛିନେଲା ରୋହିତ ବାହିନୀ

d195e9aa004d2106726caaf352884a01

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର କ୍ଲିନ୍ ସୁଇପ। ଶ୍ରୀଲଙ୍କା ବିପକ୍ଷ ଶେଷ ଟି-ଟ୍ୱେଣ୍ଟିକୁ ୫ ୱିକେଟ୍‌ରେ ଜିତିନେଇଛି ଭାରତ। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜିକୁ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଟେଷ୍ଟ, ଦିନିକିଆ ସିରିଜକୁ ବି ହାତେଇ ସାରିଛି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଦଳ ପକ୍ଷରୁ ଆସେଲା ଗୁଣରତ୍ନେ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଦସୁନ ଶନାକା ୨୯ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିବା ବେଳେ ଜୟଦେବ ୨ଟି ଓ ସୁନ୍ଦର, କୁଲଦୀପ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଶ୍ରୀଲଙ୍କାର ସ୍କୋରକୁ ୧୩୫ ରନରେ ଆଟକାଇଥିଲେ। ଜବାବରେ ଭାରତ ୫ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଭାରତ ପକ୍ଷରୁ ମନିଷ ପାଣ୍ଡେ ୩୨, ଶ୍ରେୟସ ଆୟର ୩୦ ଓ ରୋହିତ ଶର୍ମା ୨୭ରନ କରିଥିଲେ।

Previous ArticleNext Article

Send this to a friend