ରିଓ ଅଲିମ୍ପିକ୍‌: ୭୪ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପାଇଁ ଆଉ ଦୁଇ ମାତ୍ର ମାସ ଥିବା ବେଳେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ନିଜ ନାମ ପକ୍କା କରିଛନ୍ତି […]

SUSHIL-NARSINGH

SUSHIL-NARSINGH

Rakesh Mallick
  • Published: Monday, 09 May 2016
  • Updated: 09 May 2016, 02:20 PM IST

Sports

Latest News

SUSHIL-NARSINGHନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପାଇଁ ଆଉ ଦୁଇ ମାତ୍ର ମାସ ଥିବା ବେଳେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ନିଜ ନାମ ପକ୍କା କରିଛନ୍ତି ନରସିଂହ ଯାଦବ। କିନ୍ତୁ ସେ ରିଓ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତାଙ୍କ ବଦଳରେ ଅଲିମ୍ପିକ୍‌ରେ ଦୁଇଥର ମେଡାଲ ହାତେଇଥିବା ସୁଶୀଲ କୁମାର ଭାଗ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଅବଶ୍ୟ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ନିକଟରେ ଅଲିମ୍ପିକର ପ୍ରତିନିଧିତ୍ୱ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଢେର ସମୟ ରହିଛି। କିନ୍ତୁ ଡବ୍ଲୁଏଫ୍‌ଆଇ ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେଇପାରେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଲାସ୍‌ ଭେଗାସ୍‌ରେ ହେବାକୁ ଥିବା ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ସୁଶୀଲ କାନ୍ଧରେ ଆଘାତ କାରଣରୁ ଭାଗ ନେବେ ନାହିଁ ସ୍ପଷ୍ଟ କରିଛନ୍ତି। କିନ୍ତୁ ସେ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି।

ଏନେଇ ନରସିଂହ କହିଛନ୍ତି,“ରିଓ ଅଲିମ୍ପିକ୍‌ ପାଇଁ ଯିଏ ଯୋଗ୍ୟତା ଅର୍ଜନ କରିଛନ୍ତି ସେ ହିଁ ଭାରତର ପ୍ରତିନିଧିତ୍ୱ କରିବା ଉଚିତ। ସୁଶୀଲ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ତେଣୁ ଭାରତ ପକ୍ଷରୁ ମୁଁ ପ୍ରତିନିଧିତ୍ୱ କରିବି ବୋଲି ଆଶା ରଖିଛି। ଦେଖାଯାଉ ଡବ୍ଲୁଏଫ୍‌ଆଇର ନିଷ୍ପତ୍ତି କ’ଣ ହେଉଛି।”

ଗତ କିଛି ବର୍ଷ ମଧ୍ୟରେ ନରସିଂହ କୁସ୍ତିରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ତଥା ୨୦୧୪ ଏସିଆନ୍ ଗେମ୍ସ ଓ ୨୦୧୫ ଏସିଆନ୍‌ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ଜିତିଛନ୍ତି। ଭାରତର ଏହି କୁସ୍ତିଯୋଦ୍ଧାଙ୍କର ୭୪ କେଜି ବର୍ଗରେ ଉତ୍ତମ ଅଭିଜ୍ଞତା ରହିଛି। ତେଣୁ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯାଇପାରେ। ଅନ୍ୟପକ୍ଷରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାର ୭୪ କେଜି ବର୍ଗରେ ସୁଶୀଲ ସ୍ୱର୍ଣ୍ଣ ଜିତିଥିଲେ। ସେ ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିଣିଥିବାରୁ ତାଙ୍କୁ ମଧ୍ୟ ଅଲିମ୍ପିକ୍‌ ପାଇଁ ଡବ୍ଲୁଏଫ୍‌ଆଇ ସୁଯୋଗ ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story