ଘରୋଇ ଦର୍ଶକଙ୍କ ଗହଣରେ ଟିମ୍‌ ଇଣ୍ଡିଆ ପାଇଁ ଆଜି ଅଗ୍ନିପରୀକ୍ଷା  

61917243

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଓ୍ବାର୍ଲଡ ଲିଗର କ୍ୱାର୍ଟର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବେଲଜିୟମ୍। ଗୋଟେ ପଟେ ଭାରତ ଲିଗ ପର୍ଯ୍ୟାୟରେ କୌଣସି ମ୍ୟାଚ ଜିତିପାରିନଥିବା ବେଳେ ବେଲଜିୟମ ଲିଗର ସମସ୍ତ ମ୍ୟାଚରେ ବିଜୟୀ ହୋଇଛି। ଏବଂ ଏହି ପ୍ରତିଯୋଗିତାର ସବୁଠୁ ସଫଳ ଦଳ ଭାବେ ବେଲଜିୟମ୍ ଆକର୍ଷଣୀୟ ଖେଳ ଜାରି ରଖିଛି। ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ଟି ମ୍ୟାଚରୁ ୨ଟିରେ ପରାସ୍ତ ଓ ଗୋଟିଏ ଡ୍ର ସହ ପୁଲ-ଏରେ ନିମ୍ନରେ ରହିଛି। ସେପଟେ କିନ୍ତୁ ବେଲଜିୟମ୍ ଖେଳିଥିବା ସମସ୍ତ ୩ଟିଯାକ ମ୍ୟାଚ ଜିତି ପୁଲ୍ ଏରେ ଟପରେ ରହିଛି। ତେବେ ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତ ବେଲଜିୟମକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚରେ ଯେଉଁ ଟିମ୍ ଜିତିବ, ସିଧାସଳଖ ସେମିଫାଇନାଲକୁ ଉନ୍ନୀତ ହେବ। ତେଣୁ ଉଭୟ ଟିମ୍‌ ପାଇଁ ଆଜି ଅଗ୍ନିପରୀକ୍ଷା । ଯେଉଁ ଟିମ୍‌ ଜିତିବ ପ୍ରତିଯୋଗିତାରେ ରହିବ ଓ ଯେଉଁ ଟିମ୍‌ ହାରିବ ସେ ପ୍ରତିଯୋଗିତାରୁ ବିଦା ହେବ। ତେଣୁ ଭାରତ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ।

Previous ArticleNext Article

Send this to a friend