ନିର୍ଣ୍ଣାୟକ ସ୍ଥିତିରେ ଦିଲ୍ଲୀ ଟେଷ୍ଟ: ବିଜୟ ପାଇଁ ଦରକାର ୭ ୱିକେଟ୍‌

Virat-Kohli-and-Shikhar-Dhawan (1)

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଦିଲ୍ଲୀ ଟେଷ୍ଟ। ମ୍ୟାଚ ଜିତିବାକୁ ଟିମ୍ ଇଣ୍ଡିଆକୁ ଦରକାର ଆଉ ୭ ଓ୍ୱିକେଟ୍।  ସେପଟେ ଶ୍ରୀଲଙ୍କା ଆଗରେ ଅଛି ୪୧୦ ରନର ଟାର୍ଗେଟ। ଶ୍ରୀଲଙ୍କାକୁ ଏହାର ପ୍ରଥମ ପାଳିରେ ୩୭୩ ରନରେ ଅଲଆଉଟ କରିବାପରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ଧଓ୍ୱନ, ପୂଜାରା ଓ କ୍ୟାପଟେନ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୫ ଓ୍ୱିକେଟ୍ ହରାଇ ୨୪୬ ରନରେ ପାଳି ଘୋଷଣା କରିଥିଲା। ଏଥିସହ ଶ୍ରୀଲଙ୍କା ସମ୍ମୁଖରେ ବିଜୟ ପାଇଁ ୪୧୦ ରନର ଟାର୍ଗେଟ୍ ରଖିଛି ଭାରତ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୩୧ ରନରେ ୩ ଓ୍ୱିକେଟ ହରାଇ ସଙ୍କଟରେ ପଡିଛି। ଭାରତ ପକ୍ଷରୁ ଜା଼ଡେଜା ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ ନେଇଛନ୍ତି। ଶ୍ରୀଲଙ୍କାକୁ  ବିଜୟ ପାଇଁ ଆହୁରି ୩୭୯ ରନର ଆବଶ୍ୟକତା ରହିଛି।

Previous ArticleNext Article

Send this to a friend