ମହିଳା ଟି-ଟ୍ୱେଣ୍ଟି: ସିରିଜ୍ ଜିତିଲା ଭାରତ

ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ବି ଜିତି ଯାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ହରାଇଛି। ଏହା ସହିତ ଦଳ ସିରିଜ୍‌ରେ ୨-୦ରେ ଆଗୁଆ ରହି ଏହାକୁ କବ୍‌ଜା କରି ନେଇଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳକୁ ୩୪ ରନ୍‌ରେ ହରାଇଥିଲା। ପୁଣି ଏହା ହେଉଛି ଭାରତୀୟ ମହିଳା ଦଳର […]

india teamwomen

india teamwomen

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 08:25 AM IST

Sports

Latest News

india teamwomenରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ବି ଜିତି ଯାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ହରାଇଛି। ଏହା ସହିତ ଦଳ ସିରିଜ୍‌ରେ ୨-୦ରେ ଆଗୁଆ ରହି ଏହାକୁ କବ୍‌ଜା କରି ନେଇଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳକୁ ୩୪ ରନ୍‌ରେ ହରାଇଥିଲା। ପୁଣି ଏହା ହେଉଛି ଭାରତୀୟ ମହିଳା ଦଳର ଲଗାତାର ଦ୍ୱିତୀୟ ଟି-ଟ୍ୱେଣ୍ଟି ସିରିଜ୍ ବିଜୟ। ଏହା ପୂର୍ବରୁ ଦଳ ଗତ ମାସରେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ପରାସ୍ତ କରିଥିଲା।

ଆଜି ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଦଳ ୮ଟି ୱିକେଟ୍ ହରାଇ ମାତ୍ର ୧୦୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ଶ୍ରୀଲଙ୍କାର ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ନ ଥିଲେ। ଦଳ ପକ୍ଷରୁ ଦିଲାଣୀ ମନୋଦରା ସର୍ବାଧିକ ୨୭ ରନ୍ କରି ଥିବା ବେଳେ ଶଶୀକଳା ସିରିୱର୍ଦ୍ଦନା ୨୬ ରନ୍ କରି ଥିଲେ। ସେହିପରି ଚାମରି ଆଟ୍ଟାପଟ୍ଟୁ ୨୨ ରନ୍ କରି ଥିଲେ। ଭାରତ ପକ୍ଷରୁ ଏକତା ବିଷ୍ଟ ଓ ପୁନମ ଯାଦବ ଯଥାକ୍ରମେ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶିଖା ପାଣ୍ଡେ ଓ ସ୍ନେହ ରାଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୦୮ ରନ୍‌ର ବିଜୟ ଲକ୍ଷକୁ ଭାରତୀୟ ଦଳ ୧୯ ଓଭରରେ ୫ ୱିକେଟ୍ ହରାଇ ସଂଗ୍ରହ କରି ଥିଲା। ଅଧିନାୟକ ମିଥାଲି ୫୧ ରନ୍ କରି ଅପରାଜିତ ରହିଥିଲେ। ସେହିପରି ଏ.ଏ ପାଟିଲ ଅପରାଜିତ ୩୪ ରନ୍ କରି ଥିଲେ। ଏ ଦୁହେଁ ଦଳକୁ ବିଜୟ କରାଇ ଦେଇଥିଲେ। ଅନ୍ୟପକ୍ଷରେ ବନୀତା ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମାନ୍ଧାନା ୫ ଓ ଭେଦ କୃଷ୍ଣମୂର୍ତ୍ତି ୧ ରନ୍ କରି ଆଉଟ୍ ହୋଇଥିଲେ। ଦୀପ୍ତି ଶୂନରେ ଆଉଟ୍ ହୋଇଥିଲେ।

ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ଶୁକ୍ରବାର ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story