ବାପାକୁ ୩୨, ଝିଅକୁ ୧୬: ପଢନ୍ତୁ ଶିଖର ଧାୱନଙ୍କ ରୋଚକ ପ୍ରେମ କାହାଣୀ

shikhar2_091617085244 (1)

ନୂଆଦିଲ୍ଲୀ: ଭାରତର ଧୂଆଁଧାର ବ୍ୟାଟସ୍‌ମ୍ୟାନ୍‌ ଶିଖର ଧାୱନ ଖେଳକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ତାଙ୍କର ରସିକିଆ ଲାଇଫ ଷ୍ଟାଇଲକୁ ବେଶୀ ଚର୍ଚ୍ଚା ହୁଏ।  କିଛି ଦିନତଳେ ଶିଖର ଧାୱନ ତାଙ୍କ ସ୍ତ୍ରୀଙ୍କୁ ଏକ ଭାବଗର୍ଭକ ମେସେଜ୍‌ ଲେଖିଥିଲେ।  ଯାହାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ ଏଠାରେ ଆମେ ଆପଣଙ୍କୁ  ଧାୱନ ଏବଂ ତାଙ୍କ ପତ୍ନୀଙ୍କ ଲାଇଫଷ୍ଟାଇ ସହିତ  ଜଡ଼ିତ କିଛି ତଥ୍ୟ ସମ୍ପର୍କରେ ଜଣାଉଛୁ। ଶିଖର ଧାୱନ ୨୦୧୨ ଅକ୍ଟୋବର ୩୦ ତାରିଖରେ  ଆୟେଶା ମୁଖାର୍ଜୀଙ୍କୁ  ବିବାହ କରିଥିଲେ। ମେଲବର୍ଣ୍ଣରେ ରହୁଥିବା  ଆୟେଶା ହେଉଛନ୍ତି ଅଧା ବ୍ରିଟିସ୍ ଅଧା ବେଙ୍ଗଲୀ।  ବିବାହ ପୂର୍ବରୁ  ଶିଖର ଏବଂ ଆୟେଶାଙ୍କ ମଧ୍ୟରେ  ଫେସବୁକ୍‌ରେ ବୁନ୍ଧୁତା ହୋଇଥିଲା।  ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା। କୁହାଯାଉଛି ଦୁହିଙ୍କ ମିଳନ ପଛରେ କ୍ରିକେଟର ହରଭଜନ ସିଂହଙ୍କ ଭୂମିକା ରହିଛି। ଶିଖର ଧାୱନ କୁଆଡ଼େ  ହରଭଜନ ସିଂହଙ୍କ ଫେସ୍‌ବୁକ୍‌ ଫ୍ରେଣ୍ଡ ଲିଷ୍ଟରେ ଥିବା ଆୟେଶାଙ୍କ ଫଟୋକୁ  ପ୍ରଥମେ ଦେଖିଥିଲେ।

ଏହା ପରେ ଶିଖର ଆୟେଶାଙ୍କ ପାଖକୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ।  ଏହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଓ ଆଲୋଚନା ହୋଇ ମାମଲା ଆଗକୁ ବଢିଥିଲା। ଧୀରେ ଧୀରେ ଏମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେଲା। ଦୁହେଁ ଦୁହିଁଙ୍କୁ ଭଲ ପାଇଲେ।  ହେଲେ ଧାୱନ ଆୟେଶାଙ୍କଠାରୁ ବୟସରେ ଖୁବ ସାନ୍‌। ଆୟେଶାଙ୍କ ଠାରୁ ଶିଖର ୧୦ ବର୍ଷ ସାନ। ୨୦୦୯ରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇ ଥିଲା।  କିନ୍ତୁ ବିବାହ ପାଇଁ ଧାୱନ କିଛି ସମୟ ମାଗିଥିଲେ।  କାରଣ ତାଙ୍କୁ କ୍ରିକେଟ ଉପରେ ଅଧିକ ଧ୍ୟାନ ଦେବାର ଥିଲା।  ତେବେ ୨୦୧୨ରେ ଦୁହେଁ ଦୁହିଁଙ୍କ ଜୀବନସାଥୀ ହୋଇଥିଲେ। କୌତୁହଳ ବିଷୟ ହେଉଛି ଶିଖରଙ୍କ ଏହା ପ୍ରଥମ ବିବାହ ହୋଇଥିଲା ବେଳେ ଆୟେଶାଙ୍କର ଦ୍ୱିତୀୟ ବିବାହ ଥିଲା।

ଶିଖରଙ୍କ ହାତ ଧରିବା ଆଗରୁ ଆୟେଶା ଅଷ୍ଟ୍ରେଲିଆର ଆଉ ଜଣେ ବ୍ରିଟିସରଙ୍କୁ ବିବାହ କରିସାରିଥିଲେ। ହେଲେ ଆୟେଶାଙ୍କ ପ୍ରଥମ ବିବାହ ଅଧିକ ଦିନ ତିଷ୍ଟି ପାରି ନ ତିଲା। ଫଳରେ ଛାଡ଼ପତ୍ର ହୋଇଥିଲା। ଆୟେଶା ଏବଂ ତାଙ୍କ ପ୍ରଥମ ସ୍ୱାମୀଙ୍କ ଦୁଇ ଝିଅ ଅଛନ୍ତି। ଜଣକର ୧୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ୧୨ ବର୍ଷ। ପରବର୍ତ୍ତୀ ସମୟରେ ଶିଖର ଏବଂ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା। ନାଁ ତା’ର ଜୋରାବର।  ତେବେ ପୁଅକୁ ଯେତିକି ସ୍ନେହ କରନ୍ତି ଦୁଇ ଝିଅକୁ ମଧ୍ୟ ସେମିତି ଆଦର କରନ୍ତି ଶିଖର।  ଏହିପରିପ୍ରେଖୀରେ ଏକ ଇଣ୍ଟର୍ଭ୍ୟୁରେ ଶିଖର କହିଥିଲେ ଯେ, ମୋ ଲାଇଫ୍‌ରେ ଦୁଇ ଜଣ କନ୍ୟା ସନ୍ତାନ ଆସିବା ଭାଗ୍ୟର କଥା । ଦୁଇ ଝିଅକୁ ନେଇ ମୁଁ ଗର୍ବ ଅନୁଭବ କରେ।  ତେବେ ଆୟେଶା ଅଧା ବେଙ୍ଗଲୀ ଅଧା ବ୍ରିଟିସ୍। କାରଣ ଆୟେଶାଙ୍କ ମା ବ୍ରିଟିସର ନାଗରିକ ହୋଇଥିବା ବେଳେ ବାପା ବେଙ୍ଗଲୀ।  କିନ୍ତୁ ଆୟେଶା ଭଲ ବେଙ୍ଗଲୀ କହିପାରନ୍ତି। ଆଉ ଭାରତୀୟ ଡିସ୍‌ ତାଙ୍କର ଖୁବ୍‌ ପସନ୍ଦ॥

Previous ArticleNext Article

Send this to a friend