ଆଜି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ ୫-୦ଗୋଲରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେନିଆ ୨-୧ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି।
ଆଜିର ମ୍ୟାଚ୍ରେ ଷ୍ଟାର୍ ଖେଳାଳି ସୁନିଲ ଛେତ୍ରୀ ତାଙ୍କର ୧୦୦ ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଚାଇନିଜ ତାଇପେଇ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ଛେତ୍ରୀ। ଆଜିର ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମକୁ ସମର୍ଥନ କରିବାକୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଫ୍ୟାନ ମାନଙ୍କୁ ଅପିଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।