IPL-11: ଦିଲ୍ଲୀର ଫିଲ୍ଡିଂ ନିଷ୍ପତ୍ତି, ପାଳି ଆରମ୍ଭ କଲେ ରୋହିତଙ୍କ ସ୍ଥାନରେ ଏହି ଖେଳାଳି

ଚଳିତ ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ କୋଲକାତା ଓ ସନରାଇଜାର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପକ୍ଷରୁ ପାଳି ଆରମ୍ଭ କରିବାକୁ ରୋହିତ ଶର୍ମାଙ୍କ ସ୍ଥାନରେ […]

555_1523699184_618x347

555_1523699184_618x347

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 04:21 PM IST

Sports

Latest News

ଚଳିତ ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ କୋଲକାତା ଓ ସନରାଇଜାର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପକ୍ଷରୁ ପାଳି ଆରମ୍ଭ କରିବାକୁ ରୋହିତ ଶର୍ମାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଓ ଇଭିନ୍‌ ଲୁଇସ୍‌ ପଡ଼ିଆଉ ଓହ୍ଲାଇଛନ୍ତି।

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ପ୍ରଥମ ଦୁଇଟି ଲେଖାଏଁ ମ୍ୟାଚ୍‌ ଉଭୟ ମୁମ୍ବାଇ ଓ ଦିଲ୍ଲୀ ହାରିସାରିଛନ୍ତି। ମୁମ୍ବାଇ ତାର ପ୍ରଥମ ମ୍ୟାଚ୍‌ ସିଏସ୍‌କେ ଓ ଦ୍ୱିତୀୟ ମ୍ୟାଚ୍‌ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଛି। ସେହିପରି ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ରାଜସ୍ଥାନ ଓ ପଞ୍ଜାବ ଠାରୁ ପରାସ୍ତ ହୋଇଛି। ତେଣୁ ଉଭୟ  ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱବହନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos