ଆସନ୍ତା ବର୍ଷ ଭାରତରେ ନୁହେଁ ଭାରତ ବାହାରେ ଖେଳାଯିବ IPL: ବିଶ୍ୱକପ ନୁହେଁ ଏହି କାରଣରୁ ହେବ ସିଫ୍ଟ୍‌

ଆଇପିଏଲର ୧୨ ତମ ସିଜିନକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଆସିଥିବା ରିପୋର୍ଟ ଅନୁସାରେ ୨୦୧୯ ବିଶ୍ୱକପ ପାଇଁ ଆସନ୍ତା ବର୍ଷ ଆଇପିଏଲ ମ୍ୟାଚ୍‌ ଏପ୍ରିଲ ମାସ ବଦଳରେ ମାର୍ଚ୍ଚ ୨୯ରେ ଆରମ୍ଭ ହୋଇ ୧୯ ମେ’ରେ ଶେଷ ହେବ। ଏପରି ପରିସ୍ଥିତିରେ ଶୁଣାବାକୁ ମିଳୁଛି ଆଇପିଏଲର ୧୨ ତମ ସଂସ୍କରଣ ଭାରତ ବାହାରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ହଠାତ୍ ଆଇପିଏଲ ଭାରତ ବାହାରେ ଖେଳାଯିବାର କାରଣ କ’ଣ ଏହା ସମସ୍ତଙ୍କୁ […]

651513-644181-630783-629078-606560-ipl

651513-644181-630783-629078-606560-ipl

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 09:11 PM IST

Sports

Latest News

ଆଇପିଏଲର ୧୨ ତମ ସିଜିନକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଆସିଥିବା ରିପୋର୍ଟ ଅନୁସାରେ ୨୦୧୯ ବିଶ୍ୱକପ ପାଇଁ ଆସନ୍ତା ବର୍ଷ ଆଇପିଏଲ ମ୍ୟାଚ୍‌ ଏପ୍ରିଲ ମାସ ବଦଳରେ ମାର୍ଚ୍ଚ ୨୯ରେ ଆରମ୍ଭ ହୋଇ ୧୯ ମେ’ରେ ଶେଷ ହେବ। ଏପରି ପରିସ୍ଥିତିରେ ଶୁଣାବାକୁ ମିଳୁଛି ଆଇପିଏଲର ୧୨ ତମ ସଂସ୍କରଣ ଭାରତ ବାହାରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ହଠାତ୍ ଆଇପିଏଲ ଭାରତ ବାହାରେ ଖେଳାଯିବାର କାରଣ କ'ଣ ଏହା ସମସ୍ତଙ୍କୁ ଚକିତ କରିଥିବ। ପ୍ରକୃତ କଥାଟି ହେଲା ଆଇପିଏଲ୍‌ -୧୨ ଏଥିପାଇଁ ଭାରତ ବାହାରେ ଖେଳାଯିବା, କାରଣ ଆସନ୍ତା ବର୍ଷ ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବ। ତେଣୁ ସୁରକ୍ଷା ଦୃଷ୍ଟିରେ ଆଇପିଏଲ ୟୁଏଇକୁ ସ୍ଥାନାନ୍ତର କରାଯାଇପାରେ। ଆବୁଧାବି, ଶାରଜା ଓ ଦୁବାଇରେ ଆଇପିଏଲ ମ୍ୟାଚ୍ ଖେଳାଯିବ। ୨୦୦୯ରେ ଏହି କାରଣରୁ ଆଇପିଏଲକୁ ଦକ୍ଷିଣ ଆଫ୍ରିକା ସିଫ୍ଟ୍‌ କରାଯାଇଥିବା ବେଳେ ୨୦୧୪ ଆଇପିଏଲର ଅଧା ମ୍ୟାଚ୍‌ ୟୁଏଇରେ ଖେଳାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos