୬ ହଜାର ରନ୍‌ କ୍ଲବରେ ଇଂଲଣ୍ଡର ଏହି ଖେଳାଳି

ବର୍ମିଂହାମ: ଭାରତ ବିପକ୍ଷ ମ୍ୟାଚ୍‌ରେ ଆଜି ଇଂଲଣ୍ଡ ଅଧିନାୟ ଜୋ ରୁଟ୍‌ ନିଜ କ୍ୟାରିୟରରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍‌ରେ ୬୦୦୦ ରନ୍‌ ପୂରଣ କରିଛନ୍ତି। ସେ ବିଶ୍ୱର ୭୦ ତମ ତଥା ଇଂଲଣ୍ଡର ୧୫ ତମ ବ୍ୟାଟ୍ସମ୍ୟାନ୍‌ ଭାବେ ଏହି ସଫଳତା ହାସଲ କରିଛନ୍ତି। ରୁଟ୍‌ ଆଜିର ମ୍ୟାଚ୍‌ରେ ୪୦ ରନ୍‌ କରିଥିବା ବେଳେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ରୁଟ୍‌ ଆଜିର ମ୍ୟାଚ୍‌ରେ ୮୦ ରନ୍‌ର ଇନିଂସ ଖେଳି ରନ୍ […]

627847-601154-joe-root

627847-601154-joe-root

Rakesh Mallick
  • Published: Wednesday, 01 August 2018
  • Updated: 02 August 2018, 09:14 AM IST

Sports

Latest News

ବର୍ମିଂହାମ: ଭାରତ ବିପକ୍ଷ ମ୍ୟାଚ୍‌ରେ ଆଜି ଇଂଲଣ୍ଡ ଅଧିନାୟ ଜୋ ରୁଟ୍‌ ନିଜ କ୍ୟାରିୟରରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍‌ରେ ୬୦୦୦ ରନ୍‌ ପୂରଣ କରିଛନ୍ତି। ସେ ବିଶ୍ୱର ୭୦ ତମ ତଥା ଇଂଲଣ୍ଡର ୧୫ ତମ ବ୍ୟାଟ୍ସମ୍ୟାନ୍‌ ଭାବେ ଏହି ସଫଳତା ହାସଲ କରିଛନ୍ତି। ରୁଟ୍‌ ଆଜିର ମ୍ୟାଚ୍‌ରେ ୪୦ ରନ୍‌ କରିଥିବା ବେଳେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ରୁଟ୍‌ ଆଜିର ମ୍ୟାଚ୍‌ରେ ୮୦ ରନ୍‌ର ଇନିଂସ ଖେଳି ରନ୍ ଆଉଟ୍‌ ହୋଇଛନ୍ତି।

ରୁଟ୍‌ ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ୍‌ ଭାବେ ଦ୍ରୁତ ୬ ହଜାର ରନ୍‌ ସଂଗ୍ରହ କରିଛନ୍ତି।

ଏହି ତାଲିକାରେ ଇଂଲଣ୍ଡର ୱାଲି ହାମଣ୍ଡ, ଲେନ୍‌ ହଟନ୍‌ ଓ କେନ୍‌ ବାରିଙ୍ଗଟନ୍‌ ରହିଛନ୍ତି। ରୁଟ୍‌ ମାତ୍ର ୧୭ଟି ଇନିଂସରେ ଏହି ସଫଳତା ପାଇଛନ୍ତି। ଏହା ବ୍ୟତୀତ ରୁଟ୍‌ ୩ୟ କନିଷ୍ଠ ଭାବେ ଟେଷ୍ଟରେ ୬ ହଜାର ରନ୍‌ ହାସଲ କରିଛନ୍ତି।

୭୦ ତମ ମ୍ୟାଚ୍‌ ଖେଳୁଥିବା ରୁଟ୍‌ ୨୭ ବର୍ଷ ୨୧୪ ଦିନ ବୟସରେ ଏହି ଇତିହାସ ରଚିଛନ୍ତି।

ପୂର୍ବରୁ ଭାରତର ମହାନ କମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ୨୬ ବର୍ଷ ୩୩୧ ଦିନ ଏବଂ ଇଂଲଣ୍ଡର ଓପନର୍‌ ଆଲିଷ୍ଟର କୁକ୍‌ ୨୭ ବର୍ଷ ୩୩ ଦିନ ବୟସରେ ୬ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ।

ତେବେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିବାର ମାତ୍ର ୨୦୫୮ ଦିନରେ ରୁଟ୍‌ ୬ ହଜାର ରନ୍‌ କରିବାରେ ସଫଳ ହୋଇଛନ୍ତି। କୁକ୍‌ ଏଥିପାଇଁ ୨୧୬୮ ଦିନ ସମୟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos